ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଦରାଗୁଡା ଥାନା ଅଞ୍ଚଳର ଏକାଧିକ ସ୍ଥାନରେ ଆଜି ପ୍ରାତଃ ସମୟ ଠାରୁ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଙ୍ଗ ଆରମ୍ଭ ହୋଇଥିଲା । ଏଥିରେ ଏକ ବାଇକରେ ଚୋରା ମଦ କାରବାର ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ପ୍ରକାରେ ରାୟଗଡା ଜିଲ୍ଲାପାଳ ସ୍ୱାଧ୍ୟାଦେବୀ ସିଂ ଙ୍କ ନିର୍ଦ୍ଧେଶ ପ୍ରକାରେ ସବ-ଇନ୍ସପେକ୍ଟର ଆଶୀର୍ବାଦ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଆଜି କାଶୀପୁର ବ୍ଳକ ଅନ୍ତର୍ଗତ ଦରଗୁଡା ଅଞ୍ଚଳରେ ଦେଶୀ ମଦ ଚୋରା ଚାଲାଣ ଖବର ପାଇ ବ୍ୟାପକ ଭାବେ ଏକାଧିକ ସ୍ଥାନରେ ପେଟ୍ରୋଲିଙ୍ଗ ଆରମ୍ଭ କରିଥିଲେ । ଉକ୍ତ ସମୟରେ କରଳ ଗ୍ରାମ ଦେଇ ଜଣେ ଏକ ବାଇକ ଯୋଗେ ଦେଶୀ ମଦ ଚାଲାଣ କରୁଥିବା ସନ୍ଦେହରେ ଅଟକାଇ ଯାଞ୍ଚ ବେଳେ ତା ଠାରୁ ୨୫ ଲିଟର ଦେଶୀ ମଦ କରାଯାଇଥିଲା । ଗିରଫ ବ୍ୟକ୍ତି ଜଣକ କମ୍ପର ଗ୍ରାମର ପ୍ରଫୁଲ ସାହୁ ବୋଲି ପୁଲିସ ସୂଚନା ଦେଇଛି । ଆଜି ଉକ୍ତ ଚୋରା ଚାଲାଣରେ ବ୍ୟବହୃତ ବାଇକକୁ ଜବତ କରିବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ସବ ଇନ୍ସପେକ୍ଟର ଆଶୀର୍ବାଦ ବେହେରା ପ୍ରକାଶ କରିଛନ୍ତି । ପେଟ୍ରୋଲିଙ୍ଗ ସମୟରେ ବିଭାଗ ପକ୍ଷରୁ ଅନ୍ୟମାନଙ୍କ ମଧ୍ୟରେ ସବ ଇନ୍ସପେକ୍ଟର ଉମେଶ କୁମାର ଦୋରା, କନଷ୍ଟେବଳ ଭାଳେଶ୍ୱର ଅମାନତ୍ୟା, ଅର୍ଜୁନ ମୁଣ୍ଡା ଗଡ଼ିଆ ପ୍ରମୁଖ ସାମିଲ ଥିଲେ ।