ଫିରିଙ୍ଗିଆ ଥାନା ପୋଡି ଘଟଣା ପରେ ନୂଆପଦର ଗାଁରେ ଫିରିଙ୍ଗିଆ ଥାନା ତରଫରୁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ…..

ଅନୁସନ୍ଧାନ ଭାରତ(ବ୍ୟୁର): ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ଥାନା ଅନ୍ତର୍ଗତ ନୂଆପଦର ପଞ୍ଚାୟତ ନୂଆପଦର ଗାଁ ମଣ୍ଡପ ପ୍ରାଙ୍ଗଣରେ ଗତ ୫ ତାରିଖରେ ଘଟିଥିବା ଫିରିଙ୍ଗିଆ ଥାନା ପୋଡି ଘଟଣା ପରେ ଦେଖା ଯାଇଥିବା ଉତେଜନା ମୂଳକ ପରିସ୍ଥିତି ଓ ଅଶାନ୍ତି ଓ ଭୟର ବାତାବରଣକୁ ନେଇ ଶାନ୍ତି ଫେରାଇବା ଆଣିବା ପାଇଁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି l ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଶାନ୍ତି କମିଟି ବୈଠକରେ ଏଏସଆଇ ଦେବାଶିଷ ମଣ୍ଡଳ, ଶ୍ରୀକାନ୍ତ ପାତ୍ର, ଏଏସଆଇ ପ୍ରିୟ ରଞ୍ଜନ ନାୟକଙ୍କ ସହ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ l ନୂଆପଦର ଆଞ୍ଚଳର ବହୁ ବୁଦ୍ଧିଜୀବୀ ଜନସାଧାରଣ ଓ ବହୁ ବରିଷ୍ଠ ବ୍ୟକ୍ତିଙ୍କ ସହ ମହିଳାମାନେ ଯୋଗ ଦେଇଥିଲେ l ଉଭୟ ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ସହ ସୁସମ୍ପର୍କ ଓ ଶାନ୍ତି ପ୍ରତିଷ୍ଠା ରଖିବା ସହ ଘଟଣାକୁ ନେଇ ଭୟ ନ କରି ସୁରକ୍ଷିତ ଭାବରେ ନିଜ ଘରେ ରହି ଶାନ୍ତି ବଜାଇ ରଖିବାକୁ ଅନୁରୋଧ କରିଥିଲେ ଫିରିଙ୍ଗିଆ ଥାନାଧିକାରୀ l