୭୭ତମ ସ୍ୱାଧୀନତା ଦିବସ ପାଳନ ନମନ୍ତେ ଘୁ. ଉଦୟଗିରି ପ୍ରେସ କ୍ଲବ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ପ୍ରେସ କ୍ଲବ ସଭାପତି ଅରୁଣ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଆଜି ପ୍ରେସ କ୍ଲବ ସଭାଗୃହରେ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ହୋଇଯାଇଛି I ଆସନ୍ତା ୭୭ ତମ ସ୍ୱାଧୀନତା ଦିବସ କି ଭଳି ପାଳନ କରାଯିବ ସେଥି ନିମନ୍ତେ ଏକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି I ଉପସ୍ଥିତ ସମସ୍ତ ବରିଷ୍ଠ ଓ କାର୍ଯ୍ୟରତ ସାମ୍ବାଦିକ ଉକ୍ତ ବୈଠକରେ ଯୋଗ ଦେଇ ସ୍ୱାଧୀନତା ଦିବସ କିଭଳି ମହାଆଡମ୍ବରରେ ପାଳନ କରାଯିବ ସେଥି ନିମନ୍ତେ ନିଜ ନିଜର ସୁ ଚିନ୍ତିତ ମତାମତ ପ୍ରଦାନ କରି ଥିଲେ I ଆଜିର ଏହି ବୈଠକ ରେ ଉପ-ସଭାପତି ରାମକୃଷ୍ଣ ଚୌଧୁରୀ ସମ୍ପାଦକ ଅନିଲ କୁମାର ଦଳବେହେରା, କୋଷାଧ୍ୟକ୍ଷ ପ୍ରତାପ ଚନ୍ଦ୍ର ପାଢ଼ୀ, ସହ- ସମ୍ପାଦକ ସୁଜିତ କୁମାର ସାହୁ, ସଂଗଠନ ସମ୍ପାଦକ ଗଗନ କୁମାର ପ୍ରଧାନ, ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ପାଳ, ପତିତପାବନ ସାହୁ, ଦେବନାଥ ଦଳବେହେରା, ସମୀର କୁମାର ପାଢ଼ୀ, ବଟକୃଷ୍ଣ ଦାଶ, ପ୍ରସନ୍ନ କୁମାର ମିଶ୍ର, ସାମନ୍ତ ଶେଖର ନାୟକ, ଚିନ୍ମୟ କୁମାର ସେଠୀ, ଏନ.ରାଜା ରାଓ ପ୍ରମୁଖ ଉପସ୍ଥିତ ରହିଥିଲେ I