ଥାନା ପୋଡି ଘଟଣାର ସ୍ଥିତି ଅନୁଧ୍ୟାନ କଲେ ବିଜେଡି ର ସାତ ଜଣିଆ ପ୍ରତିନିଧି ଦଳ……

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ବହୁଚର୍ଚ୍ଚିତ ଫିରିଙ୍ଗିଆ ଥାନା ପୋଡି ଘଟଣାର ସ୍ଥିତି ଅନୁଧ୍ୟାନ କରିବା ସହ ଘଟଣା ବିଷୟରେ ଥାନା ଅଧିକାରୀ ଓ ସ୍ଥାନୀୟ ପୁଲିସ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି ବିଜୁ ଜନତା ଦଳର ଏକ ସାତ ଜଣିଆ ପ୍ରତିନିଧି ଦଳ I ବିଜେଡିର କନ୍ଧମାଳ ପର୍ଯ୍ୟବେକ୍ଷକ ତଥା ରାଜ୍ୟ ବିହନ ନିଗମ ଅଧକ୍ଷ ବିଜୟ ନାଏକ ନେତୃତ୍ୱରେ ଏହି ଟିମ ଫିରିଙ୍ଗିଆ ଗସ୍ତ କରିଥିବା ବେଳେ ଏହିଟିମରେ ଅନ୍ୟମାନଙ୍କ ମଧ୍ୟରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, କନ୍ଧମାଳ ଜିଲ୍ଲା ବିଜେଡି ଯୁବ ସଭାପତି ତଥା ସାଂସଦ ପ୍ରତିନିଧି ବିଷ୍ନୁଚରଣ ମଲିକ, ଜିଲ୍ଲା ଛାତ୍ର ସଭାପତି ସୁନୀଲ ସେଠି, ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ଜିଲ୍ଲା ସାଧାରଣ ସମ୍ପାଦକ କମଳ ବେହେରା ସାମିଲ ଥିଲେ I ତେବେ ଏହି ଟିମ ଶୁକ୍ରବାର ସକାଳୁ ଫିରିଙ୍ଗିଆରେ ପହଞ୍ଚି ପ୍ରଥମେ ଫିରିଙ୍ଗିଆ ସହର ମଧ୍ୟରେ ଥିବା ବନ୍ଧସାହି, ନୁଆଁପଦର, ବିଲୁପଦର, ଡ଼ଙ୍ଗେରିକିଆ ଗାଁକୁ ଯାଇ ଥାନା ପୋଡି ମାମଲାରେ ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ପରିବାର ଲୋକଙ୍କୁ ଭେଟି ଆଲୋଚନା କରିଥିଲେ I ସନ୍ଧ୍ୟା ସମୟରେ ଏହି ପ୍ରତିନିଧି ଟିମ ଫିରିଙ୍ଗିଆ ଥାନାକୁ ଆସି ନୂତନ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ସହ ଥାନା ପୋଡି ସମ୍ପର୍କ ରେ ଆଲୋଚନା କରିବା ସହ ପୋଡ଼ି ଯାଇଥିବା ଥାନାକୁ କିଭଳି ଭାବରେ ଶୀଘ୍ର କାର୍ଯ୍ୟକ୍ଷମ କରିହେବ ସେନେଇ ଆଲୋଚନା କରିବା ସହ ଏହି ଘଟଣାରେ ପ୍ରକୃତ ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନିର୍ଦୋଷ ଲୋକଙ୍କୁ ଏହି ମାମଲାରୁ ଦୁରେଇ ରଖିବା ପାଇଁ ଆଲୋଚନା କରିଥିଲେ l