କନ୍ଧମାଳ ଜିଲ୍ଲା ସମିତି ସଭ୍ୟ /ସଭ୍ୟା ମହାସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକର ବିଜୁ କଲ୍ୟାଣୀ ମଣ୍ଡପ ଗୁଟିଙ୍ଗିଆ ଠାରେ ଜିଲ୍ଲାର ୧୨ଟି ବ୍ଲକର ୧୫୯ ଗ୍ରାମପଞ୍ଚାୟତର ସମସ୍ତ ପଞ୍ଚାୟତ ସମିତି ସଭ୍ୟ /ସଭ୍ୟା ମାନଂକୁ ନେଇ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟ କାରିଣୀ ବୈଠକ ଜିଲ୍ଲାର ସଭାପତି ଶ୍ରୀ ବଦ୍ୟନାଥ ବେହେରା ଓ ସମ୍ପାଦକ ଶ୍ରୀ ଅଜିତ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଛି I ଆଜିର ଏହି ବୈଠକରେ ମୁଖ୍ୟ ଆଲୋଚନା ବିଷୟ ଏହା ଯେ, ସମିତି ସଭ୍ୟ /ସଭ୍ୟା ମାନଂକୁ କାହିଁକି ପଞ୍ଚାୟତ ସମିତି କାର୍ଯ୍ୟାଳୟ ହେଉ କିମ୍ବା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେରେ ଅଣଦେଖା କରାଯାଇଛି I ଯେମିତି କି ପଂଚାୟତର ଜି. ପି.ଡି.ପି. ପ୍ଲାନ ହେଉ ଅବା ପଞ୍ଚାୟତର ସାମୁହିକ ବିକାଶ କାର୍ଯ୍ୟକ୍ରମରେ ସମିତି ମେମ୍ବର ମାନଂକୁ ପାତର ଅନ୍ତର କରିବା ସହିତ, ବ୍ଲକର ବି. ଡି. ଓ. ଚେୟାରମ୍ୟାନ, ପଞ୍ଚାୟତ କାର୍ଯ୍ୟନିର୍ବାହି ଅଧିକାରୀ ଏବଂ ଜେଇମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସମିତି ମେମ୍ବରମାନଂକୁ ପ୍ରତି କ୍ଷେତ୍ରରେ ଅଣଦେଖା କରୁଥିବାର ଅଭିଯୋଗ କରି ଜିଲ୍ଲା ସଭାପତି କ୍ଷଵ ପ୍ରକାଶ କରିବା ସହିତ ଆସନ୍ତା ୨୮/୦୮/୨୩ରେ ଭୁବନେଶ୍ୱର ଚାଲ ଅଭିଯାନରେ ସାମିଲ ହୋଇ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ
୫ଟି ସଚିବ ଶ୍ରୀଯୁକ୍ତ ବି କେ ପାଣ୍ଡିଆନଙ୍କୁ ଭେଟି ଆଠ ଦଫା ଦାବୀ ପ୍ରଦାନ କରିବ I ସେହି ଦାବୀ ସମୁହ ଗୁଡିକ ହେଲା ସରପଞ୍ଚଙ୍କ ଭଳି ସାମ୍ବିଧାନିକ ସୁପାରିଶ କ୍ଷମତା ପ୍ରଦାନ କରାଯାଉ, ସରକାର ଙ୍କ ଯେକୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହେଉଛି ତାର ଚିଠିର ନକଲ ସମିତି ସଭ୍ୟ ସଭ୍ୟାଙ୍କୁ ଦିଅଯାଉ , ଉନ୍ନୟନ ମୂଳକ କାର୍ଯ୍ୟର ନିଷ୍ପତ୍ତି ନେବା ପ୍ରକ୍ରିୟାରେ ସମିତି ସଭ୍ୟାଙ୍କୁ ସାମିଲ କରା ଯାଉ, ପ୍ରତି ପଂଚାୟତ କାର୍ଯ୍ୟାଳୟରେ ସମିତି ସଭ୍ୟଙ୍କ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟାଳୟ ରଖଯାଉ, ଉନ୍ନୟନ ମୂଳକ କାର୍ଯ୍ୟ ନିର୍ମାଣରେ ( ଲେ ଆଉଟ )ଦେଲାବେଳେ ସମିତି ସଭ୍ୟଙ୍କୁ ଜଣାଇଦିଆଯାଉ, SFC /CFC ଅନୁଦାନରେ ଥିବା ୨୦%ଅଧିକାରକୁ କାର୍ଯ୍ୟ କାରି କରାଯାଉ, ବ୍ଲକ ଅଧ୍ୟକ୍ଷଙ୍କୁ ସମିତି ସଭ୍ୟ /ସଭ୍ୟା ଭୋଟ ଦେଇ ନିର୍ବାଚିତ କରୁଛନ୍ତି କିନ୍ତୁ ଅନାସ୍ଥାପ୍ରସ୍ତାବ ଆଇନରେ ସରପଞ୍ଚ, ବିଧାୟକ, ସଂସଦଙ୍କୁ ବରଖାସ୍ତ କରି ସମିତି ସଭ୍ୟା ସଭ୍ୟ ଙ୍କୁ ହିଁ ରଖାଯାଉ ଏବଂ ସମିତି ସଭ୍ୟ ସଭ୍ୟାଙ୍କ ମାସିକ ପେନସନ ୧୫ ହଜାରକୁ ବୃଦ୍ଧି କରାଯିବା ସହିତ ଅନ୍ୟାନ୍ୟ ସୁବିଧା ଗୁଡିକକୁ ମଧ୍ୟ ପ୍ରଦାନ କରାଯାଉ ବୋଲି ସଂଘ ପକ୍ଷରୁ ଦୃଢ଼ ନେତୃତ୍ୱ ନେଇ ବିଧାନସଭା ଶମ୍ବୁଖରେ ଗଣ ବିକ୍ଷୋଭ କରିବ ବୋଲି ସରକାରଙ୍କୁ କଡା ଚେତାବନୀ ଦେଇଛି ସଂଘ I କନ୍ଧମାଳ ଜିଲ୍ଲାର ସମିତି ସଭ୍ୟ /ସଭ୍ୟା ମହାସଂଘ ଉକ୍ତ ସଭାରେ ଉପସଭାପତି ଶ୍ରୀ ଜୁନେସ ଦିଗାଲ, କାର୍ଯ୍ୟ କାରି ସଭାପତି ଶ୍ରୀ ଭାଗ୍ୟବାନ ବେହେରା, ସହସମ୍ପାଦକ ଶ୍ରୀ ବିରଞ୍ଚି ମଲିକ, ଉପଦେଷ୍ଟା ଶ୍ରୀନିବାସ ମଲିକ, ମିନତୀ ପ୍ରଧାନ, ପୂର୍ଣ୍ଣିମା ପ୍ରଧାନ, ଅର୍ଚନା ଭୋଇ, ଆଲଫାନ ପ୍ରଧାନ, ପ୍ରମୁଖ ଉପସ୍ଥିତ ରହି ସଂଘକୁ ସୁଦୃଢ କରିବା ସହିତ ନିଜର ହକ ଓ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ସଂଘ ଦୃଢ଼ ଦାବୀ କରିଛି I