ଗଞ୍ଜେଇ ଚୋରା ଚାଲାଣରେ ଫିରିଙ୍ଗିଆ ପୁଲିସର ସମ୍ପୃକ୍ତି ଥିବା ଅଭିଯୋଗରେ ଥାନା ଜାଳି ଦେଲେ ଉତ୍ୟକ୍ତ ଲୋକେ, ପରିସ୍ଥିତି ଅଣା ୟାତ ହେବାରୁ ୧୪୪ ଧାରା ଜାରୀ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଫିରିଙ୍ଗିଆ ପୁଲିସ ଓ ଜନତା ମୁହାଁମୁହିଁ I ଶନିବାର ଦିନ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି I ପୁଲିସ କର୍ମଚାରୀ ଗଞ୍ଜେଇ ବିକ୍ରି କରୁଥିବା ଅଭିଯୋଗରେ ରାସ୍ତା ରୋକ କରି ଥିଲେ ସ୍ଥାନୀୟ ଲୋକ I ଏହି ସମୟରେ ପୁଲିସ ଓ ଆନ୍ଦୋଳନ କାରୀଙ୍କ ମଧ୍ୟରେ ସଂଘର୍ଷ ହୋଇ ଥିଲା I ପୁଲିସ ଆନ୍ଦୋଳନକାରୀଙ୍କୁ ଅଟକାଇ ପାଇଁ ଉଦ୍ୟମ କରି ଆନ୍ଦୋଳନକାରୀଙ୍କ ଉପରେ ଲାଠି ଚାଳନା ପରେ ଉତେଜନା ପ୍ରକାଶ ପାଇଁ ଥିଲା I ଫଳରେ ଆନ୍ଦୋଳନକାରୀ ଓ ପୁଲିସ ମଧ୍ୟରେ ଆପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ଥିଲା I ଅନେକ ଦିନ ହେବ ପୁଲିସ ଚୋରା ଗଞ୍ଜେଇ ବେପାର କରୁଥିବା ବାହାନାରେ ଫିରିଙ୍ଗିଆ ଅଞ୍ଚଳର ଗରିବ ନିରୀହ ବାସୀନ୍ଧାଙ୍କୁ ଗିରଫ କରି ଆସୁ ଥିଲା I ପୁଲିସ ଜୁଲୁମରେ ଅତିଷ୍ଠ ହୋଇ ଆଜି ଫିରିଙ୍ଗିଆ ଅଞ୍ଚଳର ଜନସାଧାରଣ ଏହାର ପ୍ରତିବାଦରେ ଏପରି ଘଟଣା ଘଟାଇ ଥିବା ଅଞ୍ଚଳରେ ମତ ପ୍ରକାଶ ପାଇଛି I ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁସାରେ ଫିରିଙ୍ଗିଆ ଓ ଗୋଛାପଡା ପୁଲିସ ଗଂଜେଇ ଧରିବା ନାଁରେ ଅଂଚଳର ନିରୀହ ଆଦିବାସୀ ଓ ସାଧାରଣ ଜନତାଙ୍କ ଉପରେ ପୁଲିସର ଜୁଲୁମ ବଢ଼ିବାରେ ଲାଗି ଥିଲା । ଏହାକୁ ବିରୋଧ କରି ଶନିବାର ଦିନ ରାଜରାସ୍ତାକୁ ଓଲ୍ହାଇ ଥିଲେ ଅଂଚଳ ବାସୀ I ଆନ୍ଦୋଳନ କାରୀଙ୍କ ଅଭିଯୋଗ ମୁତାବକ ପୁଲିସ ଗାଡ଼ିରେ ଗଂଜେଇ ଚାଲାଣ ହେଉଥିବା ସମୟରେ ଲୋକଙ୍କ ହାତରେ ଧରାପଡି ଥିଲା ୮ କୁଣ୍ଟାଲ ଗଞ୍ଜେଇ I ଏହାକୁ ବିରୋଧ କରିବା ସହ ଫିରିଙ୍ଗିଆ ଥାନା ଅଧିକାରୀ ଓ଼ ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକି ଥିବା ପୁଲିସ କର୍ମଚାରୀ, ହୋମ ଗାର୍ଡଙ୍କୁ ଗିରଫ କରିବା, ଚାକିରିରୁ ବଦଳି, ଘର ସମ୍ପତି ବ୍ୟାଜପ୍ତ ଦାବିରେ ଅଂଚଳର ଜନ ସାଧାରଣ ରାଜ ରାସ୍ତାକୁ ଓହ୍ଲାଇ ଥିଲେ I ଶନିବାର ସକାଳୁ ଫୁଲବାଣୀ ବାଲିଗୁଡା ମୁଖ୍ୟ ରାସ୍ତାର ବ୍ଲକ ଛକ ନିକଟରେ ଶତାଧିକ ଆନ୍ଦୋଳନ କାରି ରାସ୍ତା ରୋକ କରିଥିଲେ I ଅଞ୍ଚଳ ଵାସୀଙ୍କ ଅଭିଯୋଗ ଅନୁସାରେ ଗତ ତିନି ତାରିକ ରାତି ପ୍ରାୟ ଦୁଇଟା ସମୟରେ ଫିରିଙ୍ଗିଆ ଥାନାରେ କାର୍ଯ୍ୟରତ ଦୁଇଜଣ ଗୃହରଖି ପୁଲିସ ଓ ଥାନା ଅଧିକାରୀ ତପନ କୁମାର ନାହାକ ଗାଡ଼ିରେ ଗଂଜେଇ ଚାଲାଣ କରୁଥିବା ବେଳେ ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁରଙ୍କ ସହ ପୂର୍ବତନ ସରପଞ୍ଚ ବିଶ୍ୱରଞ୍ଜନ କହଁର ଓ଼ କିଛି ସ୍ଥାନୀୟ ଲୋକଙ୍କ ହାତରେ ଧରାପଡି ଥିଲେ I ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା I ଏହାରି ପ୍ରତିବାଦ ରେ ଆଜି ଫିରିଙ୍ଗିଆ ଠାରେ ରାସ୍ତା ରୋକ କରାଯାଇ ଥିଲା I କିନ୍ତୁ ପୁଲିସ ଅଧିକାରୀଙ୍କୁ ଘଣ୍ଟ ଘୋଡାଇବା ପାଇଁ କାହାକୁ ହେଲେ ଗିରଫ କରିନାହାନ୍ତି କି ଚାକିରିରୁ ବହିଷ୍କାର କରିବାରେ ଅସମର୍ଥ ହୋଇନାହାନ୍ତି ପ୍ରଶାସନ ବୋଲି ଅଭିଯୋଗ କରିଥିଲେ ଆନ୍ଦୋଳନ କାରୀ । ଏପରି ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ପୁଲିସ କର୍ମଚାରୀ କୌଣସି ଉଚ୍ଚ ପଦସ୍ଥ ଅଧିକାରୀ ଓ ପୁଲିସ ଡିଜିଙ୍କୁ ଭୟ ନ କରି କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ, ଗୋଛାପଡା, ବାଲିଗୁଡା ଇତ୍ୟାଦି ଅଞ୍ଚଳରେ ଗଞ୍ଜେଇ ବେପାର ଚଳାଇବା ସହିତ ଗରିବ ଲୋକମାନଙ୍କୁ ଗିରଫ କରି ନିଜର ପ୍ରମୋସନ ହାତେଇଥାନ୍ତି ବୋଲି ଆନ୍ଦୋଳକାରୀ ମତପ୍ରକାଶ କରିଥିଲେ । ତୁରନ୍ତ ପୁଲିସ ଡିଜି ଏହିମାନଙ୍କ ପ୍ରତି ଦୃଢ ପଦକ୍ଷେପ ନେବା ସହିତ ଚାକିରିରୁ ବହିଷ୍କାର କରିବା ଓ ସମ୍ପତିକୁ ବ୍ୟାଜପ୍ତ କରିବା ପାଇଁ ଦାବୀ କରି ଥିଲେ ସ୍ଥାନୀୟ ବାସୀନ୍ଧା I ପରିସ୍ଥିତି ଅଣାୟତ ହେବାରୁ ଆନ୍ଦୋଳନ କାରୀ ଫିରିଙ୍ଗିଆ ଥାନା ଭିତରେ ପ୍ରବେଶ କରି ବ୍ୟାପକ ପୋଡ଼ା ଜଳା ଓ ଭଙ୍ଗାରୁଜା କରି ଥିଲେ I ଏହି ସମୟରେ ଆନ୍ଦୋଳନକାରୀ ଓ ପୁଲିସ ମଧ୍ୟରେ ସଂଘର୍ଷ ହୋଇ ଥିଲା I ଏଥିରୁ ସାମ୍ବାଦିକ ମଧ୍ୟ ବାଦ ପଡିନ ଥିଲେ I ଏହି ସଂଘର୍ଷରେ ପୁଲିସ କର୍ମଚାରୀ ଓ ସାମ୍ବାଦିକ ଆହତ ହୋଇଥିଲେ I ଏହି ଘଟଣାକୁ ନେଇ ଫିରିଙ୍ଗିଆ ରେ ୧୪୪ ଧରା ଜାରି କରାଯାଇ ଅଛି I ଏହି ପୋଡ଼ା ଜଳାରେ ଥାନା, ଚାରିଚକିଆ ଯାନ ସମେତ ବହୁ ସମ୍ପତି ନଷ୍ଟ ହେବା ସହ ଆହତଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ କରାଯାଉ ଥିବା ହୋଇ ସୂଚନା ମିଳିଛି I ଘଟଣା ସ୍ଥଳରେ ଅଗ୍ନିସର ବାହିନୀ ପହଞ୍ଚି ନିଆଁକୁ ଆୟୋତ କରିଥିଲା I