ଲଘୁଚାପ ଜନିତ ବର୍ଷାରେ ଭାଙ୍ଗିଲା କଲିଙ୍ଗୀ-ତାଜୁଙ୍ଗି ଓ ସିର୍ବାବର୍ଗ-ସଲାଗୁଡ଼ି ପୋଲ, ଯାତାୟତ ଠପ୍……

ଅନୁସନ୍ଧାନ ଭାରତ(ବ୍ୟୁର): ଲଘୁଚାପ ଜନିତ ବର୍ଷାରେ ଵେହୋଲ୍ ହୋଇଛି ଦାରିଙ୍ଗବାଡି ବ୍ଲକ ଅଞ୍ଚଳ I ଲଘୁଚାପଜନିତ ବର୍ଷାର ପ୍ରଭାବରେ ଅନେକ କ୍ଷୟ କ୍ଷତି ହେଉଥିବା ବେଳେ ଉପାନ୍ତ ଅଞ୍ଚଳରେ ରାସ୍ତା ଘାଟ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ଛୋଟ ଛୋଟ ବ୍ରିଜ ଭାଙ୍ଗି ଯିବା ସହ ପାର୍ଶ୍ୱ ରାସ୍ତାରେ ଭୂସ୍ଖଳନ ଯୋଗୁଁ ଯାତାୟାତ ପ୍ରଭାବିତ ହୋଇଛି । ମଙ୍ଗଳବାର ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବର୍ଷା ଜାରି ରହିଥିବା ବେଳେ ଏହାର ପ୍ରଭାବ ରେ ତାଜୁଙ୍ଗିଆ ପଞ୍ଚାୟତର କଲିଙ୍ଗି ଗ୍ରାମ ଠାରୁ ତାଜୁଙ୍ଗିଆ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଏକ ପୋଲ ସମ୍ପୂର୍ଣ୍ଣ ଭାଙ୍ଗି ଯାଇ ରାସ୍ତା ଧୋଇ ହୋଇ ଯାଇଥିବା ଦେଖିବାକୁ ମିଳିଛି । ଯାହାରି ଫଳରେ ସେହି ରାସ୍ତା ଦେଇ କଲିଙ୍ଗି, ସୁଲୁମହା, ଶିକବାଡ଼ି ଗ୍ରାମକୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଛି । ସେହିପରି ସିର୍ବାବର୍ଗ ଠାରୁ ସଲାଗୁଡ଼ି ରାସ୍ତା ଧୋଇ ହୋଇଯିବା ଫଳରେ ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି। ଲୋକଙ୍କ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ସୂଚନା ମିଳିଛି ।