ଟିକାବାଲି ବାସୀଙ୍କ ପାଇଁ ଲଘୁଚାପଜନିତ ବର୍ଷା ହୋଇଛି କାଳ: ସମ୍ପର୍ଣ୍ଣ ହୋଇ ପାରୁନାହିଁ ପ୍ରଧାନମନ୍ତ୍ରୀ ଆବାସ ଗୃହ, ଠପ ହୋଇଛି ଜୀବନ ଜୀବିକା…
ଅନୁସନ୍ଧାନ ଭାରତ(ବ୍ୟୁର): ବର୍ତ୍ତମାନ ଲଘୁଚାପଜନିତ ଲଗାଣ ବର୍ଷା ପାଇଁ ଅସ୍ତବ୍ୟସ୍ତ ସମଗ୍ର ରାଜ୍ୟ I କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ସମେତ ସାରା ଜ଼ିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି l ପାଖାପାଖି ୨୦/୨୫ ଦିନ ହେବ ବର୍ଷା ଲାଗିରହିଛି l ବର୍ଷା ଯୋଗୁଁ ସମସ୍ତ ପ୍ରକାର କାରବାର ଓ କାମଧନ୍ଦା ମଧ୍ୟ ଠପ ହୋଇଯାଇଅଛି l ପବର୍ଷ ଲାଗି ରହି ଥିଲେ ମଧ୍ୟ ଆବାସ ହିତାଧିକାରୀ ପ୍ରଣାମୁର୍ଚ୍ଛା ଉଦ୍ୟମ କରି ଘର ନିର୍ମାଣ ସମ୍ପୂର୍ଣ କରି ବୋନସ ଟଙ୍କା ହାତେଇବାକୁ ଚେଷ୍ଟା କରୁଥିବା ନଜର ରହିଛି l କିନ୍ତୁ ଦୀର୍ଘ ଦିନ ଧରି ବର୍ଷା ଲାଗିରହିବା ଫଳରେ ନଦୀରୁ ବାଲି ଆସିପାରୁନି I ଯାହା ପାଇଁ ଘର ନିର୍ମାଣ ସମ୍ପୂର୍ଣ ହୋଇପାରୁନି I ବର୍ଷା ଦିନ ଚାଷ କରିବାର ଋତୁ ହୋଇ ଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇ ଥିବା ହିତାଧିକାରୀଙ୍କୁ ଅସୁବିଧାରେ ପକାଉଛି l ହିତାଧିକାରୀ ଆବଶ୍ୟତା ଠାରୁ ଅଧିକ ଅର୍ଥ ଖର୍ଚ୍ଚାନ୍ତ ହୋଇ ତଳିତଳାନ୍ତ ହେଉ ଥିବା କହିଛନ୍ତି l ଏହି ସମସ୍ୟାର ସମାଧାନ ପାଇଁ ଗତ ୨୦/୭/୨୦୨୪ରିଖରେ କନ୍ଧମାକ ପ୍ରଗତି ମିଳିତ ମହାସଂଘ ଓ ନାରୀ ସୁରକ୍ଷା ମହିଳା ମହାସଂଘ ପକ୍ଷରୁ ଟିକାବାଲିରେ ଏକ ରାଲି ଅନୁଷ୍ଠିତ କରି ସରକାରଙ୍କୁ ଦାବୀ ଉପସ୍ଥାପନା କରାଯାଇଥିଲେ ସୁଦ୍ଧା ସୁଫଳ ମିଳି ନ ଥିବା ଆନ୍ଦୋଳନକାରୀ କହିଛନ୍ତି l ଏଣୁ ଆଗାମୀ ଦିନରେ ଦିଆଯାଇଥିବା ଦାବୀ ପୂରଣ କରିବା ନେଇ ପୁଣି ଆନ୍ଦୋଳନର ପନ୍ଥା ଗ୍ରହଣ କରାଯିବା ବୋଲି ସଂଗଠନର ସଦସ୍ୟ କହିଛନ୍ତି l ଏତଦ ବ୍ୟତୀତ ବର୍ଷା ପାଣି ଟିକାବାଲି ବଜାର ଅଞ୍ଚଳରେ ଡ୍ରେନରେ ଠିକ ଭାବରେ ନିଷ୍କାସନ ହୋଇ ନ ପାରି ଏଣେ ତେଣେ ଅଳିଆ ଆବର୍ଜନା କୁଡ଼ କୁଡ଼ ହୋଇ ଜମି ରହୁଛି l ଯାହାରୀ ଫଳରେ ଦୁର୍ଗନ୍ଧ ବାୟୁ ପ୍ରବାହିତ ହେଉଛି l ପୁଣି ବାରମ୍ବାର ବିଦ୍ୟୁତ କାଟ କାରଣରୁ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ସାଧାରଣ ଜନତା l ତେଣୁ ଏଥିପ୍ରତି ରାଜସ୍ୱ ଅଧିକାରୀ, ବିଦ୍ୟୁତ ବିଭାଗ ଅଧିକାରୀ ଓ ବ୍ଲକ ପ୍ରଶାସନ ଅଧିକାରୀ ଗାଁ ଗାଁକୁ ଗ୍ରସ୍ତ କରି ସମସ୍ୟା ଉପରେ ଅବଗତ ହୋଇ ଉଚିତ ପଦକ୍ଷେପ ନେଇ ସମସ୍ୟା ସମାଧାନ ଦିଗରେ ଯତ୍ନବାନ ହେଲେ ସମସ୍ତ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l