ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅଧିନସ୍ଥ ଏଏମସିଏସ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ୱରେ ଦୁଇ ଦୁନିଆ ଯୁବକଙ୍କ ପାଇଁ ବିତ୍ତୀୟ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଭୁବନେଶ୍ୱରରୁ ଆସିଥିବା ଜ୍ଞାନ ସାଧନ ବ୍ୟକ୍ତି ଶ୍ରୀ ଯୁକ୍ତ ଶାନ୍ତନୁ କୁମାର ମହାନ୍ତି ଛାତ୍ରଛାତ୍ରୀଙ୍କ ଦ୍ୱାରା ଅର୍ଥକୁ ସୁରକ୍ଷା ବଜାରରେ ବିନିଯୋଗ ଓ ଆର୍ଥିକ ପରିଚାଳନାର ସୁବିନିଯୋଗ କିପରି କରିବେ ବିଷଦ ଆଲୋଚନା କରିଥିଲେ I କାର୍ଯ୍ୟକ୍ରମର ସଂଯୋଜକ ଅଧ୍ୟାପକ ଶଙ୍କର ପାଢ଼ୀ ପରିଚାଳନା କରିଥିଲେ, ଅଧ୍ୟାପକ ବିରୂପାକ୍ଷ ମଲ୍ଲିକ, ଅଧ୍ୟାପିକା ଶିବାନୀ କଂହର ସହଯୋଗ କରିଥିବା ବେଳେ ଅଧ୍ୟାପକ ନରେନ୍ଦ୍ର ଦିଗାଲ, ବନମାଳି ବେହେରା, ବିରୂପାକ୍ଷ ତ୍ରିପାଠୀ, ଅମୂଲ୍ୟ ସାବତ, ରତନ ଦିଗାଲ, ଗଣେଶ ଜଗରଙ୍ଗା, ଅଧ୍ୟାପିକା ମୀରାମ୍ବିକା, ରଶ୍ମିତା ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ I