ବ୍ରାହ୍ମଣୀଗାଁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ମାତୃ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ମାତୃ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଚିତ୍ର ସେନ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ର ଆୟୋଜନ କରାଯାଇଥିଲା I ଏଥିରେ କମିଟିର ସମ୍ପାଦକ ଲିଙ୍ଗରାଜ ପଣ୍ଡା, ସହ ସମ୍ପାଦକ ଏସ୍. ସୁଶିଲ ଦୋରା, ସୋନାଲି ସାହୁ, ବିଦୁଲତା ନାୟକ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଧାନ ଆଚାର୍ଯ୍ୟା ଲକ୍ଷ୍ମୀ ବଡ଼ କୁମର ସମସ୍ତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ବୈଠକର ଲକ୍ଷ ଓ ଉଦେଶ୍ୟ ଉପସ୍ଥାପନା କରିଥିଲେ I ପରେ ଅତିଥିମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା I ଆୟୋଜିତ ବୈଠକରେ ଉପସ୍ଥିତ ମାତୃ ମଣ୍ଡଳୀଙ୍କୁ ବିଦ୍ୟାଳୟକୁ ଆସୁଥିବା ପିଲାଙ୍କ ପ୍ରତି ସେମାନଙ୍କ କଣ ସବୁ ଦାୟିତ୍ଵ ଓ କର୍ତ୍ତବ୍ୟ ରହିଛି , କିଭଳି ପିଲାଙ୍କ ଯତ୍ନ ନେବେ ଓ ବିଦ୍ୟାଳୟ ସହ କିପରି ଯୋଗାଯୋଗରେ ରହିବେ ସେ ସମସ୍ତ ବିଷୟରେ ଆଲୋଚନା କରାଯାଇ ଥିଲା ଏବଂ ମାତୃ ଭାରତୀ କମିଟି ଗଠନ କରାଯାଇ ଥିଲା । ମାତୃ ଭାରତୀ କମିଟି ର ସଭାପତି ଭାବେ ରୂପାଲୀ କାର୍ଜୀ ଓ ସମ୍ପାଦିକା ଭାବେ ଚାନ୍ଦିନୀ ଉଥାନ ସିଂ ଙ୍କୁ ଚୟନ କରାଗଲା।
ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନା ରେ ଆଚାର୍ଯ୍ୟା ଶାନ୍ତି ଲତା ସାହୁ, ବବିତା ସିଂହ ସାମନ୍ତ, କରିଶ୍ମା କୁମାରୀ ପାତ୍ର, ଆଚାର୍ଯ୍ୟ ସଞ୍ଜୀବ ସୁନ୍ଦ୍ରା ମାଝୀ, ବିମଳ ମାଝୀ ଓ ସେବିକା ସୁଷମା ପାତ୍ର ପ୍ରମୁଖ ସହଯୋଗ କରିଥିଲେ।