ଗୋରୁ ଏବଂ କଲେଜ ଛାତ୍ରୀଙ୍କୁ ବଞ୍ଚେଇବାକୁ ଯାଇ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ଟଳିଲା ବଡ଼ ଦୁର୍ଘଟଣା….

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଅପରାହ୍ନ ୧ ଘଣ୍ଟା ସମୟରେ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏକ ୧୦୮ ଆମ୍ବୁଲାନ୍ସ ଗାଡ଼ି ସାରଙ୍ଗଗଡ଼ ଅଭିମୁଖେ ଯାଉଥିଲା I ଏହି ସମୟରେ ୱାର୍ଡ ନଂ ୪ ଶ୍ରୀରାମପଦା ଉପ-କାରାଗାର ନିକଟରେ କିଛି ଗୋରୁ କଲେଜରୁ ଆସୁଥିବା କଲେଜ ପିଲାଙ୍କୁ ଆକ୍ରମଣ କରୁଥିବା ସମୟରେ ସେହି କଲେଜ ଛାତ୍ର ଛାତ୍ରୀ ମୁଖ୍ୟ ରାସ୍ତାକୁ ଧାଇଁ ଆସିଥିଲେ I ଠିକ ସେତିକି ବେଳେ ଉକ୍ତ ୧୦୮ ଆମ୍ବୁଲାନ୍ସ ଗାଡ଼ି ନମ୍ବର ଓଡି-୦୨ ଏଡବ୍ଲ୧୭୦୭ ଚଳାଉ ଥିବା ଡ୍ରାଇଭର କନ୍ଦର୍ପ ପ୍ରଧାନ ସେହି ଗୋରୁ ଏବଂ ପିଲାଙ୍କୁ ବଞ୍ଚେଇବାକୁ ଚେଷ୍ଟା କରିଥିଲେ I ତାଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଆଜି ମୃତ୍ୟୁ ମୁଖରୁ ବଞ୍ଚିଲେ କଲେଜ ଛାତ୍ରଛାତ୍ରୀ I ଏକ ବଡ଼ ଦୁର୍ଘଟଣା ଟଳିଯାଇଥିବା ସ୍ଥାନୀୟ ସାହି ବାସିନ୍ଦା ଓ ପ୍ରତ୍ୟକ୍ଷ ଦର୍ଶୀ କହିଛନ୍ତି I ଦିନକୁ ଦିନ ରାଜ ରାସ୍ତାରେ ବୁଲା ଗାଇ ଗୋରୁଙ୍କ ଚଳ ପ୍ରଚଳ ବୃଦ୍ଧି ପାଇବା ଯୋଗୁଁ ଦୁର୍ଘଟଣା ବୃଦ୍ଧି ପାଉଛି I ଏଥି ପ୍ରତି ପ୍ରଶାସନ ଧ୍ୟାନ ଦେବା ପାଇଁ ସାଧାରଣରେ ଦାବୀ ଉଠିଛି I