ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଯୁବ କଂଗ୍ରେସ ଭାବରେ ନିର୍ବାଚିତ ହୋଇଛନ୍ତି ଟିକାବାଲି ବ୍ଲକର ଯୁବନେତା ଚନ୍ଧନ ପଣ୍ଡା I ଛାତ୍ର ଜୀବନରୁ ରାଜନୀତିରେ ପାଦ ଦେଇ କଂଗ୍ରେସର ଏକ ସଦସ୍ୟ ହୋଇ ଅଞ୍ଚଳରେ ବିଭିନ୍ନ ସମାଜର ଉନ୍ନତି ମୂଳକ କାର୍ଯ୍ୟରେ ଆଗଧାଡିରେ ରହି କଂଗ୍ରେସ ପାଇଁ କାର୍ଯ୍ୟ କରିଆସୁଛନ୍ତି l ଅଞ୍ଚଳରେ ଯେକୌଣସି କାର୍ଯ୍ୟକ୍ରମ ହେଉ ବା ଲୋକଙ୍କ ସୁବିଧା ଓ ଅସୁବିଧାରେ ଥିବା ଲୋକଙ୍କ ପାଖରେ ସୁଖ ଦୁଃଖର ବନ୍ଧୁ ହୋଇ ଠିଆ ହୁଅନ୍ତି l ଯୁବ ସାମଜ ପାଇଁ ବା ଯୁବ ପିଢ଼ିଙ୍କ ପାଇଁ କଂଗ୍ରେସ ପାଇଁ ସର୍ବଦା ମନ ବଳେଇ ଆଗେଇ ଅଶନ୍ତି ଚନ୍ଦନ ପଣ୍ଡା l ଯାହା ପାଇଁ ଆଜି କନ୍ଧମାଳ ଜିଲ୍ଲାର ଯୁବକ ଭାଇ ଓ ଯୁବତୀଙ୍କ ଆସ୍ତା ଭାଜନ ହୋଇ ଜିଲ୍ଲାର ଯୁବ କଂଗ୍ରେସ ସଭାପତି ଭାବେ ମନନୀତ କରିଛନ୍ତି l ଆଗାମୀ ଦିନରେ ଗାଁଠୁ ସହର ପର୍ଯ୍ୟନ୍ତ ଜନସାଧାରଣଙ୍କ ଓ କଂଗ୍ରେସ ଦଳ ପାଇଁ କାମ କରିବି ବୋଲି ନୂତନ ଯୁବ କଂଗ୍ରେସ ସଭାପତି ଚନ୍ଦନ ପଣ୍ଡା ମତପ୍ରକାଶ କରିଛନ୍ତି I