ଟିକାବାଲି ଠାରେ ଆବାସ ଘରର ମୂଲ୍ୟ ଦୁଇ ଲକ୍ଷକୁ ବୃଦ୍ଧି ଓ ଟାକ୍ଟର ମାଲିକଙ୍କ ଠାରୁ ଫାଇନ ଆଦାୟ ନ କରିବା ଦାବୀରେ ଶୋଭାଯାତ୍ରା…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକ ହେଡ କ୍ୱାଟରରେ ଅନୁଷ୍ଠିତ ହୋଇଯାଇଛି ତହସିଲ ବିରୋଧୀ ଏବଂ ଆବାସ ଘରର ମୂଲ୍ୟ ବୃଦ୍ଧି ନେଇ ଆନ୍ଦୋଳନ l ଦୀର୍ଘ ବର୍ଷ ପରେ ସରକାର ଲକୋମାନଙ୍କ ଆବଶ୍ୟକତା ଅନୁଭବ କରି ବହୁଥର ଆନ୍ଦୋଳନ ପରେ ଚଳିତ ମାସ ପ୍ରଧାନମନ୍ତ୍ରୀ ଆବାସ ଘରର କାର୍ଯାଦେଶ ପ୍ରଦାନ କରିଛନ୍ତି l ଯାହାକି ହିତାଧିକାରୀଙ୍କ ପାଇଁ ଖୁସିର ବିଷୟ ହୋଇଛି l କିନ୍ତୁ ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ କଥା ସରକାର ଗୋଟିଏ ପଟେ ହିତାଧିକାରୀଙ୍କୁ ଘର ପ୍ରଦାନ କରୁଥିବା ବେଳେ ଅନ୍ୟପଟେ ଘର ନିର୍ମାଣ ସାମଗ୍ରୀର ଦର ବୃଦ୍ଧି କରି ଜନସାଧାରଣଙ୍କୁ ଶୋଷଣ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳ ବାସୀ l କେବଳ ଏତିକି ନୁହେଁ ବର୍ଷା ଦିନରେ କାର୍ଯ୍ୟାଦେଶ ଦେଇ ଲୋକଙ୍କୁ ବ୍ୟତୀବ୍ୟସ୍ତ କରୁଛି ପ୍ରଶାସନ ବୋଲି କହିଛନ୍ତି ହିତାଧିକାରୀ l ସରକାରଙ୍କ ଦ୍ୱାରା ଗୃହ ନିର୍ମାଣ ପାଇଁ ପ୍ରଦାନ କରାଯାଉ ଥିବା ଏକ ଲକ୍ଷ୍ୟ ତିରିଶି ହଜାର ଟଙ୍କା ଯଥେଷ୍ଟ ନୁହେଁ ବୋଲି ହିତାଧିକାରୀ କହିଛନ୍ତି l ସ୍ଥାନୀୟ ତହସିଲଦାରଙ୍କ ପାଇଁ ବାଲି, ଗୋଡ଼ି, ଇଟା ଇତ୍ୟାଦିର ଦର ଯତେଷ୍ଟ ବୃଦ୍ଧି ପାଇଛି l ଟାକ୍ଟରମାନଙ୍କୁ ତହସିଲ ସୁପେରଭାଇଜର ଗୋଡ଼ାଇ ଗୋଡ଼ାଇ ଫାଇନ ଆଦାୟ କରୁଛନ୍ତି I ଯାହା ପାଇଁ ଗୃହ ନିର୍ମାଣ ସାମଗ୍ରୀର ଦର ବୃଦ୍ଧି ପାଉ ଥିବା ଅଞ୍ଚଳ ବାସୀ ମତପ୍ରକାଶ କରିଛନ୍ତି I ଅପର ପକ୍ଷରେ ବାଲି, ମେଟାଲ, ଗୋଡ଼ି, ପଥର ଟ୍ରିପି ପ୍ରତି ୨୫୦୦ରୁ ୩ ହଜାର ଟଙ୍କାରେ କ୍ରୟ କରି ଗୃହ ନିର୍ମାଣ କରିବା ସମ୍ପୂର୍ଣ କରିବା ହିତାଧିକାରୀଙ୍କ ପାଇଁ ଏବେ ଚିନ୍ତାର ବିଷୟ ପାଲଟିଛି I ଏହାକୁ ନେଇ ଆଜି କନ୍ଧମାଳ ପ୍ରଗତି ମିଳିତ ମହାସଂଘ ଓ ନାରୀସୁରକ୍ଷା ମହିଳା ମହାସଂଘ ତରଫରୁ ଏସବୁ ସମସ୍ୟାର ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଟିକାବାଲି ଗୋଷ୍ଠୀ ଉର୍ନୟନ ଅଧିକାରୀ ମନୋଜ କୁମାର ପାଢ଼ୀ ଓ ତହସିଲଦାର।ବିସିକେଶନ ପ୍ରାଧନଙ୍କୁ ଛ ଦଫା ଦାନୀ ବିଶିଷ୍ଟ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି I ଦାବୀ ଗୁଡ଼ିକ ହେଲା ଆବାସ ଘରର ମୂଲ୍ୟ ଦୁଇ ଲକ୍ଷକୁ ବୃଦ୍ଧି କରିବା, ବୋନସ ଟଙ୍କା ଛ ମାସକୁ ବୃଦ୍ଧି କରିବା, ଘର ପାଇବାରୁ ବଂଚିତ ଥିବା ଗରିବ ପରିବାରକୁ ଘର ପ୍ରଦାନ କରିବା, କଞ୍ଚାମାଲରୁ ଫାଇନ ଆଦାୟ ନ କରିବା I ଏହି ଦାବୀ ଗୁଡ଼ିକୁ ନେଇ ଦୁଇ ସଂଗଠନ ପକ୍ଷରୁ ଶୋଭାଯାତ୍ରା ମଧ୍ୟ କରାଯାଇଥିଲା l ଏଥିରେ ନାରୀସୁରକ୍ଷା ମହିଳା ମହାସଂଘର ସଭାନେତ୍ରୀ ଲୁପିତା ପ୍ରଧାନ, ସମ୍ପାଦିକା ରତ୍ନାବତୀ ବେହେରା, କନ୍ଧମାଳ ପ୍ରଗତି ମିଳିତ ମହାସଂଘର ସଭାପତି ରାଜ କିଶୋର ପ୍ରଧାନ, ସଂଗଠକ ସମ୍ପାଦକ କ୍ରିଷ୍ଣା ଚନ୍ଦ୍ର ଡିଗାଲ, ସମ୍ପାଦକ କୁନା ଡିଗାଲ, ଗନ୍ଧର୍ବ କହଁର, ରଂଜୁ ଡିଗାଲ, ପ୍ରେମନ୍ତ କହଁର ପ୍ରମୁଖ ସାମିଲ ହୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I