ହିଞ୍ଜିଳିକାଟୁରେ ଅଘଟଣ, ବିଦ୍ୟୁତ୍ ଆଘାତରେ ମହିଳା ମୃତ…

ଅନୁସନ୍ଧାନ ଭାରତ(ବ୍ୟୁର): ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଥାନା ସାହି ମଙ୍ଗଳବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଯାଇଛି । ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ରାମ ସାହୁଙ୍କ ପତ୍ନୀ ମାଣିକଲତା ସାହୁ ୩୬ । ପ୍ରକାଶ ଥାଉକି ମୃତ ମାଣିକଲତା । ସକାଳୁ ଗାଧୋଇ ସାରି ଘର ଟେବୁଲ ପଙ୍ଖା ସୁଇଚ ଅନ କରି ଵସିଥିବା ବେଳେ ଫ୍ୟାନକୁ ଘୁଞ୍ଚାଇ ସେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଯାଇଥିଲେ । ଅନ୍ୟ ଘରେ ପରିବାର ଲୋକେ ଆସି ସୁଇଚ ଅଫ କରି ମାଣିକଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ କାର୍ଯ୍ୟରତ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ଓ ହିଞିଳି ଥାନାରେ ଖବର ଦେଇଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ହିଞ୍ଜିଳିକାଟୁ ମେଡିକାଲରେ ପହଞ୍ଚି ୧୦/୨୦୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ଜବତ କରିବା ସହ ଶଵ ଵ୍ୟଵଛେଦ ନିମନ୍ତେ ଵ୍ରହ୍ମପୁର ପଠାଇ ଘଟଣାର ତଦନ୍ତ ଚଳାଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ପ୍ରଦାନ କରିଛନ୍ତି ।