ବଂଶଧାରା ପୋଲ ଉପରୁ ଡେଇଁ ଯୁବକ ମୃତ….

ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁରର ସ୍ଥାନୀୟ ବାଉରୀ ସାହିର ଜଣେ ଯୁବକ ବଂଶଧାରା ପୋଲ ଉପରୁ ଡେଇଁ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ଖବର ନେବାରୁ ଜଣାପଡିଛି ଯେ ତ୍ରିପତି ବାଉରୀ(୨୫) ଘରରୁ ବାହାରି ବଂଶଧାରା ନଦୀ ପୋଲ ଉପରକୁ ଯାଇଥିବା ବେଳେ ସେଠାରେ ନିଜ ମାନସିକ ଭାରସାମ୍ୟ ହରାଇ ପୋଲ ଉପରୁ ଡେଇଁ ପଡିଥିବା ପ୍ରତ୍ୟକ୍ଷ ଦର୍ଶୀ ପୁଲିସକୁ ଜଣାଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକକୁ ଉଦ୍ଧାର କରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ତେବେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ । ମୃତକଙ୍କ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ତେବେ ଆତ୍ମହତ୍ୟାର କାରଣ ଜଣାପଡି ନାହିଁ । ଏନେଇ ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ଘଟଣାର ତଦନ୍ତ ଚଳାଇ ଥିବା ସୂଚନା ମିଳିଛି ।