ଗୁଣପୁରରେ ତଲାରୀ ଯାତ୍ରା ଏବଂ ରଥଯାତ୍ରା ପାଳିତ: ଏକଲକ୍ଷରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ, ସୁରକ୍ଷାରେ ବ୍ୟାପକ ପ୍ରସ୍ତୁତି….
ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁରରେ ଚଳିତ ବର୍ଷ ଲକ୍ଷାଧିକ ଭକ୍ତଙ୍କ ଗହଣରେ ପ୍ରଭୁ ଜଗନ୍ନାଥ ବଲଭଦ୍ର ଏବଂ ସୁଭଦ୍ରାଙ୍କ ସହ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ସହିତ ରଥଯାତ୍ରା ବା ତଲାରୀ ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି ।
ପ୍ରଥମେ ସେବାୟତଙ୍କ ଦ୍ୱାରା ମଙ୍ଗଳ ଆଳତି ଏବଂ ପରେ ପରେ ପହଣ୍ଡି ହୋଇଥିଲା । ଚଳିତ ବର୍ଷ ପ୍ରଥମ ଥର ପାଇଁ ବଡ଼ଦାଣ୍ଡରେ ଖୁବ ଚିତାକର୍ଷକ ଝୋଟି କରାଯାଇ ଥିଲା I
ଗୁଣପୁରରେ ଦୁଇ ରଥରେ ପ୍ରଭୂ ଜଗନ୍ନାଥ ବଲଭଦ୍ର ଭଉଣୀ ସୁଭଦ୍ରାଙ୍କ ସହତ ଚକ୍ରରାଜ ସୁଦର୍ଶନ ନେବା ପରେ ପ୍ରଥମେ ବଡ଼ ରଥକୁ ପୁରୁଷ ଏବଂ ମହିଳାମାନେ ଟାଣି ଥିଲେ । କିନ୍ତୁ ପରମ୍ପରା ଅନୁଯାୟୀ ଦ୍ୱିତୀୟ ରଥକୁ କେବଳ ମହିଳା ମାନେ ଟାଣି ଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇ ଥିଲେ ।
ଲକ୍ଷାଧିକ ଭକ୍ତଙ୍କ ଭିଡ଼କୁ ଦେଖି ସ୍ଥାନୀୟ ମହିଳା ମହାବିଦ୍ୟାଳୟ, ଗୁଣପୁର କଲେଜ ସହ ଜିଆଇଇଟି ବିଶ୍ଵବିଦ୍ୟାଳୟର ଏନ୍.ସି.ସି ଛାତ୍ର ଛାତ୍ରୀମାନେ ସୁରକ୍ଷା ଦାୟିତ୍ୱରେ ରହିବା ବେଳେ ସୁରକ୍ଷା ବ୍ୟବସ୍ଥା ତଦାରଖ କରିବା ପାଇଁ ପୁଲିସ ପ୍ରଶାସନ ତରଫରୁ ମଧ୍ୟ ସୁରକ୍ଷା ପ୍ରତି ଅତରିକ୍ତ ଏସ୍ପି ବିକାଶ ଦେହୁରୀ, ଏସ୍.ଡି.ପି.ଓ ସୁଶାନ୍ତ ଟାଉଡ଼ିଆ ଏବଂ ବହୁ ପୁଲିସ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଉପଜିଲ୍ଲାପାଳ ଲଳିତ କହଁର, ତହସିଲଦାର ଶରତ ନାୟକ, ଡ଼କ୍ଟର ଚନ୍ଦ୍ରଧର୍ଯ୍ୟ ପଣ୍ଡା, ଗୁଣପୁର ପୌର ପରିଷଦର ଅଧକ୍ଷା ମମତା ଗୌଡ଼, ଡ଼କ୍ଟର ସୂର୍ଯ୍ୟ ପଣ୍ଡାଙ୍କ ସହ ବହୁ ବୁଦ୍ଧିଜୀବୀ ସାମ୍ବାଦିକ ଯୋଗ ଦେଇଥିଲେ ।