ଘୁ.ଉଦୟଗିରି ଠାରେ ବିଶ୍ୱ ଯୋଗ ଦିବସ ପାଳିତ, ଯୋଗ ଦେଲେ ବିଭିନ୍ନ ଛାତ୍ରଛାତ୍ରୀଙ୍କ ସହ ସରକାରୀ କର୍ମଚାରୀ….

ଅନୁସନ୍ଧାନ ଭାରତ(ବ୍ୟୁର): ସୁସ୍ଥତା ମଣିଷକୁ ସଫଳତା ଆଡକୁ ନେଇ ଯାଏ । ସୁସ୍ଥ ଶରୀର ସୁସ୍ଥ ମନ ବିନା ମଣିଷ ଲକ୍ଷ ସ୍ଥଳରେ ପହଁଞ୍ଚି ପାରେ ନାହିଁ । ଆଉ ଏବେ ଶରୀରକୁ ସୁସ୍ଥ ରଖିବାର ପ୍ରମୁଖ ମାଧ୍ୟମ ହେଉଛି ଯୋଗ ପ୍ରାଣାୟାମ । ଏହାକୁ ସାରା ବିଶ୍ୱ ଆପଣେଇ ଥିବା ବେଳେ ଆଜି ମହା ଆଡମ୍ବର ନବମ ବିଶ୍ୱ ଯୋଗ ଦିବସ ପାଳିତ ହୋଇଛି । ଏହି କ୍ରମରେ ଘୁ.ଉଦୟଗିରି ହବାକ ହାଇସ୍କୁଲ ଖେଳ ପଡିଆ ଠାରେ ଘୁ.ଉଦୟଗିରି ଏନଏସି ସୌଜନ୍ୟ ରୁ ଏବଂ ପତଞଳି ଯୋଗ ସମିତି ସହଯୋଗରେ ନବମ ବିଶ୍ୱ ଯୋଗ ଦିବସ ପାଳିତ ହୋଇଛି । ପତଞ୍ଜଳି ଯୋଗ ସମିତି ଜିଲ୍ଲା ଯୋଗ ପ୍ରଭାରୀ ବଟ କୃଷ୍ଣ ଦାଶକଂ ତତ୍ୱାବଧାନରେ ଆୟୋଜିତ ଏହି ଯୋଗ ମହୋସ୍ଛବରେ ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଜ୍ଞାପିତ ଅଁଚଳ ପରିଷଦ କାଯ୍ୟ ନିର୍ବାହି ଅଧିକାରୀ ଇତିଶ୍ରୀ ଷଡଗିଂ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଯୋଗ ଗୁରୁ ରାଜେନ୍ଦ୍ର ମହାପାତ୍ର, ଡା ସତ୍ୟନାରାୟଣ ପଟନାୟକ ପ୍ରମୁଖ ଯୋଗାଭ୍ୟାସ କରାଇ ଥିଲେ । ସମିତି ତରଫରୁ ଅରୁଣ କୁମାର ଷଡ଼ଙ୍ଗୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଚତୁର୍ଭୁଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଫରେଷ୍ଟ ଟ୍ରେନିଗଂ ସ୍କୁଲ ଛାତ୍ରଛାତ୍ରୀମାନକଂ ସହିତ ହବାକ ହାଇସ୍କୁଲ ଛାତ୍ରମାନେ ଯୋଗ ଦେଇ, ଭସ୍ତ୍ରୀକା,କପାଳଭାତୀ, ଅନୁ ଲୋମ ବିଲୋମ ଭ୍ରାମରୀ, ଉଦଗୀତ, ପ୍ରଣବ, ପ୍ରାଣାୟାମ କରିଥିବା ବେଳେ ଶଶକାସନ, ମଣ୍ଡୁକାସନ, ବକ୍ରାସନ, ସିଂହାସନ, ହାସ୍ୟାସନ, ପ୍ରମୁଖ ଆସନର ଅଭ୍ୟାସ କରିଥିଲେ । କାଯ୍ୟକ୍ରମରେ ପତଞ୍ଜଳି ଯୋଗ ସମିତି ସଭ୍ୟ ମାନଙ୍କ ସହିତ ଏନଏସି କର୍ମଚାରୀମାନେ ସହଯୋଗ କରିଥିଲେ।