ଚତୁର୍ଧା ମୂର୍ତ୍ତି ଙ୍କ ଆଗମନରେ ରେ ଶ୍ରୀ ଗୋପୀନାଥଙ୍କୁ ହତାଦର କରାଯାଉ ଥିବା ଚର୍ଚ୍ଚା …

ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁରରେ ଦ୍ବିତୀୟ ଦିବସରେ ନିଜ ଜନ୍ମବେଦୀରେ ମହାପ୍ରଭୁ ଜଗନ୍ନାଥ ମତ୍ସ୍ୟ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । କୁହାଯାଏ ଜନ୍ମ ଜନ୍ମର ପାପକୁ ଦୂର କରିବାକୁ ହେଲେ ଗୁଣ୍ଡିଚା ମଣ୍ଡପରେ ପ୍ରଭୁଙ୍କ ୯ ଦିନ ଦର୍ଶନ କରାଯାଏ । ହଜାର ହଜାର ଭକ୍ତଙ୍କ ଭିଡରେ ଆଜି ଗୁଣପୁର ଗୁଣ୍ଡିଚା ମଣ୍ଡପରେ ମଧ୍ୟ ଜଗତର ନାଥ ସମସ୍ତଂକୁ ଦର୍ଶନ ଦେଉଛନ୍ତି । କିନ୍ତୁ ପରିତାପର ବିଷୟ ନିତ୍ୟ ପୂଜା ପାଉଥିବା ମଦନମୋହନ ଓ ରାଧାରାଣୀ ଆଜି ଅବହେଳିତ ଅବସ୍ଥାରେ ମଣ୍ଡପରେ ପାଦତଳେ ପୂଜା ପାଉଥିବା ଦେଖିବାକୁ ମିଳିଥିଲା । ଯାହାକୁ ଭକ୍ତମାନେ ସହଜରେ ଗ୍ରହଣ କରିପାରିନଥିଲେ । ସୂଚନା ଯୋଗ୍ୟ ଯେ ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ଗୁଣ୍ଡିଚା ମନ୍ଦିରରେ ସୁବ୍ୟବସ୍ଥା ପାଇଁ ପୂର୍ବରୁ ପ୍ରଶାସନ, ଦେବୋତ୍ତର ବିଭାଗ ଓ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ମଦନ ମୋହନଙ୍କ ସ୍ଥାନ ନିରୂପଣ କରିଥିଲେ କିନ୍ତୁ ମନ୍ଦିର ପୂଜାରୀଙ୍କ ମନମୁଖୀ ଶାସନ ଯୋଗୁଁ ଏଭଳି ଅବ୍ୟବସ୍ଥା ଘଟିଥିବା ସାଧରଣରେ ଚର୍ଚ୍ଚା ହେଉଛି ।