ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ବାଲିଗୁଡା ଠାରେ ଜାତୀୟ କଂଗ୍ରେସ ପକ୍ଷରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି I ଉକ୍ତ କର୍ମୀ ସମ୍ମିଳନୀରେ କଂଗ୍ରେସ ଦଳର କନ୍ଧମାଳ ଜିଲ୍ଲା ସଭାପତି ଶ୍ରୀ ଅନାମ ନାୟକ ସଭାପତିତ୍ୱ କରି l ଏହି ଅବସରରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ପହଞ୍ଚି ଛନ୍ତି କଂଗ୍ରେସର ବରିଷ୍ଟ ନେତା ତଥା ପୂର୍ଵତନ ଶାସନ ସଚିବ ଶ୍ରୀ ବିଜୟ ପଟ୍ଟନାୟକ I ବାଲିଗୁଡା ଠାରେ ଶ୍ରୀ ପଟ୍ଟନାୟକଙ୍କୁ ଭାବ୍ୟ ସମ୍ବର୍ଦ୍ଧନା କରାଯିବା ସହ ବାଲିଗୁଡ଼ା ବିଜୁ ପଟ୍ଟନାୟକ ମିନିଷ୍ଟାଡିୟମରୁ ଏକ ମୋଟର ସାଇକଲ ସଭାଯାତ୍ରାରେ ଗୁଳିମରାପଦା ସଭା ଗୃହ ଠାରେ ପହଞ୍ଚି ଥିଲେ l ବିଜୟ ପଟ୍ଟନାୟକ ୨୦୨୪ ନିର୍ବାଚନ ପାଇଁ କର୍ମୀମାନଙ୍କୁ କର୍ଣ୍ଣ ମନ୍ତ୍ର ଦେଇ ଥିଲେ I ଏହି କର୍ମୀ ସମ୍ମିଳନୀରେ ବିଜୁ ଜନତା ଦଳ ଛାଡ଼ି ଜାତୀୟ କଂଗ୍ରେସ ଦଳରେ ବାରଖମା ପଞ୍ଚାୟତ, ସୁଡ୍ରା ପଞ୍ଚାୟତ, ଖମନଖୋଲ ଅଞ୍ଚଳର ବିଜେଡି କର୍ମୀ କଂଗ୍ରେସରେ ଯୋଗଦେଇ ଥିବା ଜିଲ୍ଲା କଂଗ୍ରେସ ପକ୍ଷରୁ ସୂଚନା ମିଳିଛି I ମିଶ୍ରଣ ପର୍ବରେ ବାଲିଗୁଡ଼ା ବ୍ଲକ ସଭାପତି ଶ୍ରୀ ଆଇବର ନାୟକ, ବରିଷ୍ଟ ନେତା ସୀତାରାମ ପଣ୍ଡା, କୋଟଗଡ଼ ଜିଲ୍ଲା ପରିଷଦ ସଭ୍ୟ ଯିରୀମିୟ ସୁକାମାଝୀ, ବରିଷ୍ଟ ନେତା ସିମା ଆଛାଯ୍ୟ, ଟୁଟୁ ଆଚାରୀ, ବଳ ରାମ ଦୋରା, ସପ୍ନେଶ୍ୱର ସାହୁ, ଏବଂ କୋଟଗଡ଼, ତୁମୁଡ଼ିବନ୍ଧ, ବାଲିଗୁଡ଼ା, କେ ନୂଆଗାଁ ବ୍ଲକର ବହୁ କର୍ମୀ ଯୋଗଦେଇ ଥିଲେ I ଆଗାମୀ ୨୦୨୪ ନିର୍ବାଚନରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ନିଶ୍ଚିତ ବିଜୟ ଲାଭ ହେବ ବୋଲି ପୂର୍ଵତନ କଂଗ୍ରେସ ସଂସଦ ଶ୍ରୀ ନକୂଳ ନାୟକ କହିଛନ୍ତି l