ଅନୁସନ୍ଧାନ ଭାରତ(ବ୍ୟୁର):କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ମୁତି ଭବନ ସଭା ଗୃହରେ ସ୍ୱାତି ଅନୁଷ୍ଠାନର ୨୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି I
ଏହି ଉତ୍ସବରେ କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ରାମଚନ୍ଦ୍ର ଦାସ, ପ୍ରଦୀପ ଦାସ, ଏସ କେ ଅବଦୁଲ ସାଫିକ, ରାଜେନ୍ଦ୍ର ମେହେର, ରାକେଶ ମହାପାତ୍ର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ମଞ୍ଚାସିନ ଥିଲେ I ଉକ୍ତ କାର୍ଯ୍ୟକ୍ରମକୁ ସାମ୍ବାଦିକ ଅଶୋକ ମହାନ୍ତି ଏବଂ ସ୍ୱାତି ଅନୁଷ୍ଠାନର ପ୍ରତିଷ୍ଠାତା ଓ ସମ୍ପାଦକ ହରିଶଙ୍କର ରାଉତ ପରିଚାଳନା କରିଥିଲେ I ଏହି ଉତ୍ସବ ପାଳନ ଅବସରରେ ସ୍ୱାତି ଅନୁଷ୍ଠାନ ପକ୍ଷରୁ ଶାନ୍ତି ଶୋଭାଯାତ୍ରା, ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା I ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅତିଥିଙ୍କ ଦ୍ୱାରା ଏକ ଆଲୋଚନା ଚକ୍ରର ଆୟୋଜିତ ହୋଇଥିଲା I