ଗଜପତି ଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କଲେ ସ୍ମୃତିରଞ୍ଜନ ପ୍ରଧାନ….

ଅନୁସନ୍ଧାନ ଭାରତ(ବ୍ୟୁର): ଗଜପତି ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବରେ ଶ୍ରୀଯୁକ୍ତ ସ୍ମୃତିରଞ୍ଜନ ପ୍ରଧାନ (ଭା.ପ୍ର.ସେ.) ଯୋଗଦାନ କରିଛନ୍ତି । ପୁର୍ବରୁ ଥିବା ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା (ଭା.ପ୍ର.ସେ.)ଙ୍କୁ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ସାମାଜିକ କଲ୍ୟାଣ ନିର୍ଦ୍ଦେଶ ଭାବେ ବଦଳି କରାଯାଇଛି । ଶୁକ୍ରବାର ସନ୍ଧ୍ୟାରେ ଜିଲ୍ଲା କାର୍ଯ୍ୟାଳୟ ଠାରେ ଦାୟିତ୍ୱ ଗ୍ରହଣ କରିବା ସହ ସରକାରୀ କାର୍ଯ୍ୟରେ ସ୍ଵଚ୍ଛତା ଓ ସମାୟାନୁବର୍ତ୍ତିତା ଅବଲମ୍ବନ ସକାଶେ ଉପସ୍ଥିତ ପଦାଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ସହ ହିତାଧିକାରୀମାନଙ୍କ ନିକଟରେ ଏହାର ସୁଫଳ ପହଞ୍ଚାଇବା ଉପରେ ନୂତନ ଜିଲ୍ଲାପାଳ ଗୁରୁତ୍ବାରୋପ କରିଥିଲେ । ଗଜପତି ଜିଲ୍ଲାରେ ବିଭିନ୍ନ ବିକାଶ ମୂଳକ ଯୋଜନାକୁ ଗୁରୁତ୍ଵ ଦେବା ସହିତ କାର୍ଯ୍ଯକାରି ହେଉଥିବା ବିଭିନ୍ନ କାମକୁ ତୁରନ୍ତ ଶେଷ କରାଯିବ ଓ ଗଜପତି ଜିଲ୍ଲାର ଜନସାଧାରଣଙ୍କୁ ଉପଯୁକ୍ତ ସେବା ଯୋଗାଇଦେବା ତାଙ୍କାର ପ୍ରାଥମିକତା କାର୍ଯ୍ୟ ହେବ ବୋଲି ନୂତନ ଜିଲ୍ଲାପାଳ କହଛନ୍ତି I ଶ୍ରୀଯୁକ୍ତ ପ୍ରଧାନ ପୂର୍ବରୁ ରାଜ୍ୟ ମତ୍ସ୍ୟ ବିଭାଗ ନିର୍ଦ୍ଧେଶକ  ଭାବରେ କାର୍ଯ୍ୟ ନିର୍ବାହ କରୁଥିଲେ । ଜିଲ୍ଲା କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବୀରେନ୍ଦ୍ର କୁମାର ଦାସ, ଶ୍ରୀ ରାଜେନ୍ଦ୍ର ମିଞ୍ଜ, ମୂଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ରୋମାଞ୍ଚଳ ଖମାରୀ, ଉପ ଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ କରିଥିଲେ ।