ଘୁ.ଉଦୟଗିରିରେ ରଥଯାତ୍ରା ଧୁମଧାମରେ ପାଳିତ: ମାଉସୀ ମା ମନ୍ଦିର ସମ୍ମୁଖରେ ପହଁଚିଲା ତିନି ରଥ, ସୁଭଦ୍ରାଙ୍କ ରଥକୁ ଟାଣିଲେ ମହିଳା…..
ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରିର ରଥଯାତ୍ରା ଆଜି ମହା ସମାରୋହରେ ଅନୁଷ୍ଠିତ ହୋଇଛି । ସକାଳୁ ରଥ ଯାତ୍ରା ପାଇଁ ସ୍ୱତନ୍ତ୍ର ରିତୀନିତୀ ଅନୁଷ୍ଠିତ ହୋଇଛି ।ରଥ ପ୍ରତିଷ୍ଠା, ଟାହିଆ ଯାତ୍ରା, ପହଣ୍ଡି ଯାତ୍ରା, ଛେରା ପହଁରା , ରଥ ଟଣା ଆଦି ସମସ୍ତ ରୀତିନୀତି ସମୟାନୁଯାୟୀ ଅନୁଷ୍ଠିତ ହୋଇଥିବା ବେଳେ ମନ୍ଦିର ପରିଚାଳନା କମିଟି ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇ ଥିଲା । ଗୋଲାସାହି ତ୍ରାନାଥ ମନ୍ଦିର ପରିଚାଳନା କମିଟି ତରଫରୁ ଟାହିଆ ଯୋଗାଣ ଦାୟିତ୍ୱ ଦିଆ ଯାଇଥିବା ବେଳେ ନଦିଆ କୀର୍ତନରେ ପଟୁଆରେ ଆସିଥିଲା ଟାହିଆ । ରଥଯାତ୍ରା ପାଇଁ ପ୍ରତିଷ୍ଠିତ କଥା ବାଚକ ଚାରଣ ଶୁକଦେବ ମହାରଣା ମହାପ୍ରଭୁ ଭାସ୍ୟକାର ଭାବେ ଯୋଗ ଦେଇଥିବା ବେଳେ ନାଟ୍ୟ ନିର୍ଦେଶକ କ୍ରୁଷ୍ନ ଚନ୍ଦ୍ର ମାଝି ସହଯୋଗ କରିଥିଲେ । ବିଭିନ୍ନ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀର ସଂକୀର୍ତ୍ତନରେ ଭକ୍ତି ସମୟ ପରିବେଶ ସ୍ରୁଷ୍ଟି ହୋଇଥିଲା। ଶ୍ରୁଖଂଳିତ ରଥ ଟଣା ପାଇଁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ମା ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିଥିଲେ । ପରିଚାଳନା କମିଟି ତରଫରୁ ସଭାପତି ବିନୋଦ ବିହାରୀ ଦାଶ, ଉପ ସଭାପତି ମନୋରଞ୍ଜନ ପତି, ସଂପାଦକ ଅରୁଣ କୁମାର ଷଡ଼ଙ୍ଗୀ, କୋଷାଧଖ୍ୟ ଅଶୋକ କୁମାର ପାତ୍ରଙ୍କ ସହିତ ରାଜେନ୍ଦ୍ର ମହାପାତ୍ର, ସୁଧାଂଶୁ ଆଚାର୍ଯ୍ୟ, ପ୍ରତାପ ପଣ୍ଡା, କାଳୁ ଚରଣ ପଣ୍ଡା, ସନ୍ତୋଷ ଆଚାର୍ଯ୍ୟ, ଦଣ୍ଡପାଣି ପାଢୀ, ଚିନ୍ମୟ ଆଚାର୍ଯ୍ୟ, ଗଣେଷ ପାଢୀ, ରାଜ କୁମାର ରଥ ପ୍ରମୁଖ ସେବାୟତମାନେ ସହଯୋଗ କରିଥିଲେ ।