ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ବ୍ଲକ ନନ୍ଦରାମପୁର ଅଞ୍ଚଳର ଜୈନକ ଯୁବକ ଆମଦ କରାଡ ଏବଂ ଆୟବ କରାଡ କର୍ନାଟକର ବାଙ୍ଗଲୋରକୁ ଦାଦନ ଖଟିବାକୁ ଯାଇଥିଲେ । ଗତ ୧୧ ତାରିଖର ଆମଦଙ୍କୁ ହତ୍ୟା କରାଯାଇଥିବା ବେଳେ ଆୟବ ଗୁରୁତର ଥିବା ଅଭିଯୋଗ ହୋଇଛି । ଆମଦ ଜଣେ ଉଚ୍ଚ ଶିକ୍ଷତ ଥିବାବେଳେ ଦାଦନ ଖଟିବାକୁ ଯାଇ ମୃତ୍ୟୁ ହୋଇଥିବା ପରିବାର ବଡ଼ ଭାଇ ଆମସ ଏବଂ ଗ୍ରାମବାସୀଙ୍କ ପକ୍ଷରୁ ଆଜି ଉପଜିଲ୍ଲାପାଳ ଲଳିତ କୁମାର କହରଙ୍କ ନିକଟର ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ଦୁଇ ଭାଇ ଦାଦନ ଖଟିବାକୁ ବାଙ୍ଗାଲୋର ଯାଇଥିଲେ । ଗତ ୧୧ ତାରିଖ ରାତିରେ ଏକ ଅଟୋରେ ସେମାନେ ଯାଉଥିଲେ । ଦୁଇ ଭାଇଙ୍କୁ ୧୫୦୦ ଟଙ୍କା ହିସାବେର ୩୦୦୦ ଟଙ୍କା ଅଟୋ ବାଲା ମାଗିଥିଲେ । ସେମାନେ ଅନ୍ୟ ସମୟର ଯାତାୟତ କରୁଥିବା ବେଳେ ୧୦୦ ଟଙ୍କା ହିସାବରେ ଭଡା ଦେଉଥିଲେ । ଅଧିକା ଭଡା ମାଗିବାରୁ ଦୁଇ ଭାଇ ପ୍ରତିଦାବ କରିଥିଲେ । ଏହାପରେ ଅଟା ଚାଳକ ଏସିଆର ଆଶୁଥ ଏବଂ ତାଙ୍କର ଅନ୍ୟ ସହଯୋଗୀ ମାନେ ମାରଣାନ୍ତକ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରେ ଆମଦ କରାଡଙ୍କ ମୃତ୍ୟୁ ହୋଇଥିଲା ଓ ଆୟବ ଗୁରୁତର ହୋଇପଡିଥିଲେ । ସେହି ସମୟରେ ପେଟ୍ରୋଲିଂରେ ଯାଉଥିବା ପୁଲିସ ସେମାନଙ୍କୁ ସେଠାରୁ ଉଦ୍ଧାର କରି କେସିଜେନେରାଲ ହସ୍ପିଟାଲ୍ ନେଇଥିଲେ । ସେଠାରେ ଡାକ୍ତର ଆମଦଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ସେହି ଘଟଣାରେ ଆଟୋ ଚାଳକଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରିଛନ୍ତି । ହେଲେ ଅନ୍ୟମାନଙ୍କୁ ଗିରଫ କରାଯାଇନଥିବା ଗ୍ରାମବାସି ଅଭିଯୋଗ କରିଛନ୍ତି । ଏଥି ସହ ଆୟବ ସେଠାରେ ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଛନ୍ତି । ତେଣୁ ସେମାନଙ୍କ ଏପରି ସ୍ଥିତିରେ ପ୍ରଶାସନ ଆର୍ଥିକ ସହାୟତା ସହ ଦୋଶୀମାନଙ୍କୁ କଠୋର ଦଣ୍ଡ ପ୍ରଦାନ କରିବାକୁ ଦାବୀ କରିଛନ୍ତି ।