ଅନୁସନ୍ଧାନ ଭାରତ(ବ୍ୟୁର): ଉତ୍କଳମଣି ଗୋପବନ୍ଧୁଙ୍କ ୯୫ ତମ ଶ୍ରାଦ୍ଧ ଅବସରର ପାରଳାଖେମୁଣ୍ଡି ଉପକଣ୍ଠରେ ପ୍ରବାହିତ ମହେନ୍ଦ୍ରତନୟା ନଦୀ କୂଳରେ ଆଜି ସକାଳ ୭.୩୦ ବେଳେ ତିଳ ତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସାହିତ୍ୟିକ ବିଚିତ୍ରାନନ୍ଦ ବେବର୍ତ୍ତା, ବିନୋଦିନୀ ବିଜ୍ଞାନ ମହାବିଦ୍ୟାଳୟ ଅଧକ୍ଷ ମନୋଜ କୁମାର ପଟ୍ଟନାୟକ, ସମାଜସେବୀ ଆଶାଲତା ପାଣିଗ୍ରାହୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଗୋପବନ୍ଧୁଙ୍କ ଶ୍ରଦ୍ଧା ସୁମନ ଜଣାଇଥିଲେ । ସୁବାଷ ଚନ୍ଦ୍ର ପଣ୍ଡା ପୂଜକ ଭାବେ ଶ୍ରାଦ୍ଧ କାଯ୍ୟ ସମ୍ପାଦନ କରିଥିଲେ । ଏହା ପରେ ନବୋଦୟ ବିଦ୍ୟାଳୟ ଏବଂ ସହରାଞ୍ଚଳ ଛାତ୍ର ନିବାସ ଅନ୍ୱେଷା ପରିସରରେ ଥିବା ଗୋପବନ୍ଧୁଙ୍କ ଦୁଇ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହା ପରେ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟରେ ଏକ ସର୍ବ ଧର୍ମ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି, ବରିଷ୍ଠ ନାଗରିକ ଯୋଗ ଦେଇ ଗୋପବନ୍ଧୁଙ୍କ ସେବା ଓ ତ୍ୟାଗ ବିଷୟରେ ବକ୍ତବ୍ୟ ରଖିଥିଲେ । ଏସକେଶିଜି କଲେଜ ଅଧ୍ୟକ୍ଷ ଡ ଅଜୟ ତ୍ରିପାଠୀ, ସମାଜସେବୀ ପଣ୍ଡିତ ନରସିଂହ ମହଙ୍କୁଡ, ଜଗଦୀଶ ମହାପାତ୍ର, ରଘୁନାଥ ପାତ୍ର, ରାମାରାଓ ଚୌଧୁରୀ, ସୁରେଶ ମହାଙ୍କୁଡ, ତ୍ରିପତି ପ୍ରସାଦ ପଣ୍ଡା, ଅମୂଲ୍ୟରତ୍ନ ପାଣିଗ୍ରାହୀ, ହିମାଂଶୁ ଲିମା, ଶିକ୍ଷକ ଜଗନ୍ନାଥ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ I