ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ଅର୍ଥାତ ରବିବାର ଦିନ ଅପରାହ୍ନ ୪ ଘଟିକା ସମୟରେ ଗୁଣପୁର ଉପ-ଜିଲ୍ଲାପାଳ ଲଳିତ କୁମାର କହଁରଙ୍କ ଅଧ୍ୟକ୍ଷତାରେ ଗୁଣପୁର ରଥଯାତ୍ରା ପାଳନ ନିମନ୍ତେ ଦ୍ଵତୀୟ ପ୍ରର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଥିଲା । ମାନ୍ୟବର ଗୁଣପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ, ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ତଥା ଗାନ୍ଧୀ ଅନୁଷ୍ଠାନର ଅଧ୍ୟକ୍ଷ ସତ୍ୟ ପ୍ରକାଶ ପଣ୍ଡା, ଗୁଣପୁର ପୋୖରାଧକ୍ଷ ଶ୍ରୀମତୀ ମମତା ଗୌଡ଼, ଗାନ୍ଧୀ ଅନୁଷ୍ଠାନର ଉପ-ସଭାପତି ଚନ୍ଦ୍ରଧ୍ଵଜ ପଣ୍ଡା, ଗୁଣପୁର ପୌର ନିର୍ବାହୀ ଅଧିକାରୀ ସତ୍ୟ ସମ୍ପୂର୍ଣ୍ଣା ରାଉତ ମଞ୍ଚସିନ ରହିଥିବା ବେଳେ ତହସିଲଦାର ସଂଯୋଜନା କରିଥିଲେ । ବିଶେଷ କରି ରଥ ନିର୍ମାଣ, ରାସ୍ତା ମରାମତି, ମନ୍ଦିର ଚୂନ ଦିଅ, ଅଲୋକୀକରଣ, ପାନୀୟ ଜଳ ଯୋଗାଣ, ଅଇନ ଶୃଙ୍ଖଳା, ଗାଡି ପାର୍କିଂ, ପାଣି ସିଞ୍ଚନ, ଏନ ସି ସି, ଛାତ୍ରଛାତ୍ରୀ ପ୍ରେରଣ, ସଂକୀର୍ତ୍ତନ ମଣ୍ଡଳୀ, ଅର୍ଥ ସଂଗ୍ରହ, ଧାରା ବିବରଣୀ ପ୍ରଦାନ, ପ୍ରାଥମିକ ଚିକିତ୍ସା, ସିସି କ୍ୟାମେରା ଲଗାଇବା, ସୁନାବେଶ ପାଳନ ନେଇ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ବିଶେଷ କରି ଜନ ଗହଳିକୁ ଲକ୍ଷ କରି ପୁଲିସ ପ୍ରଶାସନ ସଜାଗ ରହିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପୁଲିସ ବିଭାଗକୁ ଅନୁରୋଧ କରାଯାଇଥିଲା । ଆଜିର ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା, ଅକ୍ଷୟ ଦାସ, ଦେବେନ୍ଦ୍ର ଚୌଧୁରୀ, ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼, ରାମମୂର୍ତ୍ତ ଗମାଙ୍ଗ, ଥାନା ଅଧିକାରୀ ନୀଳମ୍ବର ଜନୀ, ସହକାରୀ ଯନ୍ତ୍ରୀ ରାସ୍ତା ଓ କୋଠାବାଡି, ବନଖଣ୍ଡ ଅଧିକାରୀ, ସହକାରୀ ଯନ୍ତ୍ରୀ ଟାଟା ପାୱାର, ସେବାୟତ, ସ୍ୱଚ୍ଛସେବୀଙ୍କ ସମେତ ସାମ୍ବାଦିକ ସମୂହ ଉପସ୍ଥିତ ଥିଲେ ।