ଜାତିଆଣ ଆକ୍ଷେପ ବିରୋଧରେ ନିଖିଳ ଉତ୍କଳ କୁଇ ସମାଜ ୟୁନିୟନ ଯୁବ ପରିଷଦ ପକ୍ଷରୁ ଘୁ.ଉଦୟଗିରି ଥାନାରେ ଅଭିଯୋଗ, ଜାତିଆଣ ମନ୍ତ୍ୟବ୍ୟକାରିଙ୍କୁ ଗିରଫ କର ନହେଲେ ଆନ୍ଦୋଳନ: ନିଖିଳ ଉତ୍କଳ କୁଇ ସମାଜ ୟୁନିୟନ ଯୁବ ପରିଷଦ….
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ.ଉଦୟଗିରି ଥାନାରେ ନିଖିଳ ଉତ୍କଳ କୁଇ ସମାଜ ୟୁନିୟନ ଯୁବ ପରିଷଦ ଘୁ.ଉଦୟଗିରି ଶାଖା ପକ୍ଷରୁ ଜାତିଆଣ ଆକ୍ଷେପକୁ ନେଇ ରବିବାର ଦିନ ଲିଖିତ ଅଭିଯୋଗ କରାଯାଇଛି I

ଅଭିଯୋଗ ଅନୁସାରେ ଜୟଜିତ ପାତ୍ର ନାମକ ବ୍ୟକ୍ତି ତା ୨୭/୦୫/୨୦୨୩ରିଖ ରେ ନିଜ ଫେସବୁକ ଆକାଉଣ୍ଟରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିକୁ ଘୋର ଅପମାନ କରି ବିବାଦୀୟ ମନ୍ତବ୍ୟ ଅପଲୋଡ କରିଥିବା ଭାଇରାଲ ହୋଇ ଥିଲା I ଯାହାକୁ ନେଇ ନିଖିଳ ଉତ୍କଳ କୁଇ ସମାଜ ୟୁନିୟନ ଯୁବ ପରିଷଦ ସମେତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି I
ଏହି ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯିବା ସହ ଜାତିଆଣ ଆକ୍ଷେପ କରି ମନ୍ତବ୍ୟ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ହୋଇଛି I କନ୍ଧମାଳ ଜିଲ୍ଲା ଶାନ୍ତିପ୍ରିୟ ଓ ଭାଇ ଚାରାର ଜିଲ୍ଲା I ଏହି ଜିଲ୍ଲାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଦୁଇ ଭାଇ ପରି ଚଳି ଆସୁଛନ୍ତି ଓ ଏହି ମାଟିର ମୂଳ ନିବାସୀ I ତେଣୁ ଏହି ପରି ଜାତିଆଣ ଆକ୍ଷେପ ମନ୍ତବ୍ୟକୁ ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ I ଏହା ବରଦାସ୍ତ କରାଯିବ ନାହିଁ ବୋଲି ନିଖିଳ ଉତ୍କଳ କୁଇ ସମାଜ ୟୁନିୟନ ଯୁବ ପରିଷଦ ପକ୍ଷରୁ କୁହା ଯାଇଛି I ଯଦି ପ୍ରଶାସନ ଜାତିଆଣ ମନ୍ତ୍ୟବ୍ୟ ଦେଇ ଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତାହେଲେ ଆଗମୀ ଦିନରେ ନିଖିଳ ଉତ୍କଳ କୁଇ ସମାଜ ୟୁନିୟନ ଯୁବ ପରିଷଦ ରାଜ ରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରିବ ବୋଲି ସଂଘର ସଭାପତି ଯୌବନ ମଳିକ ମତବ୍ୟକ୍ତ ଦେଇଛନ୍ତି I ଏହା ସହ ଆସନ୍ତା କାଲି ଭୀମ ଆର୍ମି କନ୍ଧମାଳ ଶାଖା ପକ୍ଷରୁ ମଧ୍ୟ ଅଭିଯୋଗ ପତ୍ର ଦାଖଲ କରାଯିବା ବୋଲି ଭୀମ ଆର୍ମି କନ୍ଧମାଳ ଶାଖାର ସଭାପତି ଫିରୋଜ଼ ଦିଗାଳ ସୂଚନା ଦେବା ସହ ଏହା ଅତ୍ୟନ୍ତ ଚିନ୍ତାଜନକ ଘଟଣା ବୋଲି ମତପ୍ରକାଶ କରିଛନ୍ତି I ଭୀମ ଆର୍ମି ସଂଗଠନ ଏହି ପରି ଜାତିଆଣ ଆକ୍ଷେପକୁ କଦାପି ବରଦାସ୍ତ କରିବ ନାହିଁ ବୋଲି କନ୍ଧମାଳ ଶାଖାର ସଭାପତି କହିଛନ୍ତି I ଏହି ଅଭିଯୋଗ ପତ୍ର ଦାଖଲ ସମୟରେ ନିଖିଳ ଉତ୍କଳ କୁଇ ସମାଜ ୟୁନିୟନ ଉପସଭାପତି ଉତ୍ସଵ ପ୍ରଧାନ, ସମ୍ପାଦକ ମନରଞ୍ଜନ ପ୍ରଧାନ, ସଦସ୍ୟ ଅରୁଣ କୁମାର ପ୍ରଧାନ, ସଦସ୍ୟ ଟାର୍ଜନ ପ୍ରଧାନ, ଭୀମ ଆର୍ମି ସଂଗଠନ କନ୍ଧମାଳ ଶାଖାର ସଭାପତି ଫିରୋଜ ଦିଗାଲ, ସଦସ୍ୟ ଉମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ I ଯଦି ପୁଲିସ ଏହି ଜାତିଆଣ ମନ୍ତବ୍ୟ ଦେଇ ଥିବା ବ୍ୟକ୍ତିକୁ ଯଥା ସମ୍ଭବ ଗିରଫ ନ କରନ୍ତି ତାହା ହେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ନିଖିଳ ଉତ୍କଳ କୁଇ ସମାଜ ୟୁନିୟନ ଯୁବ ପରିଷଦର ସଭାପତି ଯୌବନ ମଳିକ ଓ ଅନ୍ୟ ସଦସ୍ୟ ଚେତାବନୀ ଦେଇଛନ୍ତି I