ଡମ୍ବସରା ଠାରେ କାର ଧକ୍କାରେ ରାଜସ୍ୱ ନିରୀକ୍ଷକ ଗୁରୁତର ଆହତ…

ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଳକ ଡମ୍ବସରା ପଞ୍ଚାୟତରେ ଥିବା ଡମ୍ବସରା ସରକାରୀ ଉଚ୍ଚ ବିଦ୍ୟାଳୟ ନୀକଟରେ ସକାଳ ଆଠଟା ସମୟରେ ଏକ କାର ଯାହାର ନମ୍ୱର (OD02BX0141) ସହ ବାଇକ୍ ଯାହାର ନମ୍ୱର (OD07X6606)ର ଦୁର୍ଘଟଣା ହୋଇଛି । କାରଟି ପଦ୍ମପୁରରୁ ଗୁଣପୁର ଅଭିମୁଖେ ଆସୁଥିବା ବେଳେ ବାଇକ୍ ଟି ଗୁଣପୁରରୁ ପଦ୍ମପୁର ଅଭିମୁଖେ ଯାଉଥିଲେ । ଏହି ସମୟରେ ଡମ୍ବସରା ଉଚ୍ଚ ବିଦ୍ୟାଳୟ ନିକଟରେ ଦୁର୍ଘଟଣା ଘଟିଥିଲା l ଫଳରେ ବାଇକ୍ ଚାଲୋକଙ୍କ ଡାହାଣ ଗଡରେ ଗଭିର ଆଘାତ ଲାଗିଥିଲା I ବାଇକ୍ ଚାଳକକୁ ସ୍ଥାନୀୟ ଲୋକ ଏକ ଆମ୍ବୁଲାନ୍ସ ଯୋଗେ ଗୁଣପୁର ସରକାରି ମେଡିକାଲକୁ ପଠେଇ ଥିବା ଦେଖିବାକୁ ମିଳିଛି । ଗୁଣପୁର ମେଡିକାଲରେ ଆସୁ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବାଇକ୍ ଚଳକଙ୍କ ନାମ ଥବିର ପଣ୍ଡା ( ୩୪ )ବର୍ଷ ଓ ତାଙ୍କ ନୀଜ ଗ୍ରାମ କାଶୀନଗର ବୋଲି ଗୁଣପୁର ପୁଲିସ ସୂତ୍ରରୁ ଜଣାପଡିଛି । ଥବିର ପଣ୍ଡା ଗଞ୍ଜାମ ଜିଲ୍ଲାର ଆଡବାରେ ରାଜସ୍ୱ ବିଭାଗର ରାଜସ୍ୱ ନିରୀକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି । ଥବିର ପଣ୍ଡା ନିଜ ଘର କାଶୀନଗରରୁ ଅଡବାକୁ ଯାଉଥିବା ସମୟରେ ରାସ୍ତାରେ ଅର୍ଥାତ୍ ଡମ୍ବସରା ଗାଁ ରେ ଗୋଟେ କାର୍ ସହ ମୁହା ମୁହି ଧୋକା ହୋଇଥିବା ଦେଖିବାକୁ ମିଳିଛି l ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି l