କାଳବୈଶାଖି ପ୍ରଭାବରେ ପ୍ରବଳ ବର୍ଷା ସହ ବ୍ୟାପକ କ୍ଷୟକ୍ଷତି…

ଅନୁସନ୍ଧାନ ଭାରତ(ବ୍ୟୁର): ହିଞ୍ଜିଳିକାଟୁରେ ଶନିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ବର୍ଷା ସହ ପ୍ରବଳ ପବନ ହୋଇଥିଲା । ପବନ କାରଣରୁ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଆର ଏମସି ଛକରେ ଥିବା ବିରାଟ୍ଟ କାକପୋଈ ଗଛ ପଡି ଏନଏଚ ୫୯ ରାସ୍ତା ଅବରୋଧ ହୋଇଥିଲା। । ଏଥି ସହିତ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ସିନେମାହଲ ଛକରେ ବିଭିନ୍ନ ଗଛ ପଡିଯାଇଛି । ଯାହା ଫଳରେ ଏନଏଚରେ ଗାଡି ମଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା I ଖବର ପାଇ ହିଞ୍ଜିଳିକାଟୁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗଛ ଗୁଡିକୁ ରାସ୍ତା ଅବରୋଧରୁ ହଟାଇଥିଲେ । ଏଥି ସହିତ ବିଦ୍ୟୁତ ତାର ଛିଣ୍ଡି ପଡିଥିଲା । ବିଦ୍ବୁତ ସରାବରାହ ରାତି ପ୍ରାୟ ଆଠଟା ପର୍ଯ୍ୟନ୍ତ ବନ୍ଦ ରହିଥିଲା । ବିଭିନ୍ନ ସ୍ଥାନରେ ଉଠା ଦୋକାନ ବଜାର ଗୁଡିକର ପାଲ ଛପର ଉଡିଯାଇ ଥିବା ଦେଖା ଦେଇଛି । ସେହିପରି ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଵିଭିନ୍ନ ସ୍ଥାନରେ ଗଛପଡି ରାସ୍ତା ଅବରୋଧ ହୋଇ ରହିଥିଲା ।