ହୁଣ୍ଡାଇ କାରରୁ ଗଞ୍ଜେଇ ଜବତ, ଜଣେ ଗିରଫ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଚକାପାଦ ଥାନା ପୁଲିସ ଏକ କାରରେ ଚାଲାଣ ହେଉଥିବା ଗଞ୍ଜେଇ ଜବତ କରିବା ସହ ଚାଳକକୁ ଗିରଫ କରିଛି । ସୂଚନାଯୋଗ୍ୟ ଗତକାଲି ଓଡି-୦୨- ଆର ୬୭୩୦ନଂ ଏକ ହୁଣ୍ଡାଇ ଆଇ -୨୦ ନାଲି ରଙ୍ଗର କାର ଉପରେ ସନ୍ଦେହ କରି ଚକାପାଦର କିଛି ଲୋକ ପୁଲିସକୁ ଜଣାଇଥିଲେ। ଚକାପାଦ ଥାନା ଏସ୍ଆଇ କୃଷ୍ଣଚନ୍ଦ୍ର ବେହେରା ସଦଳବଳ କାରକୁ ପିଛାକରୀ ଚକାପାଦ ଥାନା ଠାରୁ ୫ କିମି ଦୂର ବ୍ରାହ୍ମଣପାଦ ଠାରେ ଗାଡ଼ିଟିକୁ ଅଟକାଇବାରେ ସକ୍ଷମ ହୋଇ ଗଞ୍ଜେଇ ଜବତ କରିଥିଲେ। ପୁଲିସ ଗାଡି ଚାଳକ ସହିତ ଗଞ୍ଜେଇ ବୋଝେଇ ଗାଡିଟିକୁ ଥାନା ପରିସରକୁ ଆଣି ତଦନ୍ତ ଚଳାଇଛି I ଘୁ.ଉଦୟଗିରି ଉପଖଣ୍ଡ ଆରକ୍ଷୀ ଅଧିକାରୀ ଡି ତିରୁପତି ରାଓ ପଟ୍ଟନାୟକ, ଚକାପାଦ ତହସିଲଦାରଙ୍କ ଉପସ୍ଥିତିରେ ଗଞ୍ଜେଇ ଜବତ ହୋଇଥିଲା I ଜବତ ଗଞ୍ଜେଇ ସହ କାର ଚାଳକକୁ ବାଲିଗୁଡା କୋର୍ଟ ଚାଲାଣ କରାଯିବ ବୋଲି ଏସଡିପିଓ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।