ମକରଝୋଳ ଗ୍ରାମ ବିଲ ମଧ୍ୟରେ ମହିଳାଙ୍କ ମୃତ ଦେହ ଜବତ ଘଟଣା, ହତ୍ୟା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତକୁ କୋର୍ଟ ଚାଲାଣ ପୁଲିସ…

ଅନୁସନ୍ଧାନ ଭାରତ(ବ୍ୟୁର): ହିଞ୍ଜିଳିକାଟୁ ଅନ୍ତର୍ଗତ ମକରଝୋଳ ଗ୍ରାମ ରୋଡ ନିକଟ ବିଲ ମଝିରେ ମଙ୍ଗଳବାର ଜଣେ ମହିଳାଙ୍କ ମୃତ ଦେହ ହିଞ୍ଜିଳି ପୁଲିସ ଉଦ୍ଧାର କରିଥିଲା । ମୃତକ ଜଣକ ସମରଝୋଳ ଗ୍ରାମର ଝିଅ ଗୌତମି ଗ୍ରାମରେ ଵିବାହ କରିଥିବା ବସନ୍ତ ପଟ୍ଟନାୟକଙ୍କ ସ୍ତ୍ରୀ ସଂଯୁକ୍ତା ପଟ୍ଟନାୟକ ଓରଫ ମମତା । ତେବେ ପାରିପାର୍ଶ୍ଵିକ ପରିସ୍ଥିତିରୁ ତାଙ୍କୁ କେହି ଦୁର୍ବୃତ୍ତ ଦୁଷ୍କର୍ମ କରିବା ପରେ ଏଭଳି ହତ୍ୟା କରିଥିବା ସନ୍ଦେହ କରାଯାଇଥିଲା । ସମରଝୋଳ ଗ୍ରାମ ସରପଞ୍ଚଙ୍କ ଏତଲା କ୍ରମେ ହିଞିଳି ପୋଲିସ ୨୯୬/୨୩ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ମୃତ ମମତା ଗୌତମି ଗ୍ରାମର ୩୫ ବର୍ଷିୟ ଯୁବକ ଅଜିତ ଷଡଙ୍ଗୀଙ୍କ ସହ ଅନୈତିକ ସମ୍ପର୍କ ରଖୁଥିଲେ । ଅଜିତ ଅବିବାହିତ ଥିବା ବେଳେ ମମତାଙ୍କ ୨ ଝିଅ ଅଛନ୍ତି । ମମତା ଗୌତମି ଶଶୁର ଘରୁ ମେରୁ ସଂଙ୍କରାନ୍ତି ଠାରୁ ବାପ ଘର ସମରଝୋଳ ଗାଁରେ ରହୁଥିଲେ । ଅଜିତ ଦୁଇ ଦିନକୁ ଥରେ ସମରଝୋଳ ରାତ୍ରି ଆସି ଅନୈତିକ ସମ୍ପର୍କ ରଖି ଯାଉଥିଲେ । ସୋମବାର ଅଜିତ ପ୍ରତିଦିନ ପରି ଆସିଥିଲେ ବାଇକରେ ଆସି ଉଭୟ ବିଲ ମଝିରେ ସମ୍ପର୍କ ପରେ ମମତା ବିବାହ କରିବାକୁ ଵାଧ୍ୟ କରିଥିଲେ । ଏହାକୁ ନେଇ ଘଟଣାସ୍ଥଳରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇ ଅଜିତ ନାତ ଓ ମୁଥ ମାରିବା ସହ ମମତାଙ୍କ ଓଢଣି ଚୁନିରେ ତଣ୍ଟିରେ ବାନ୍ଧି ମାରି ଫେରାର ହୋଇଯାଇଥିଲେ । ଅନ୍ୟ ପଟେ ସମରଝୋଳ ଗ୍ରାମ ନିକଟ ବିଲ ମଝିରେ ଜଣେ ମହିଳାଙ୍କ ମୃତଦେହ ପଡିଥିବା ଗ୍ରାମବାସୀ ମଙ୍ଗଳବାର ହିଞ୍ଜିଳି ପୁଲିସକୁ ଖଵର ଦେଇଥିଲେ। । ଖବର ପାଇ ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ, ଆସିକା ଉପଖଣ୍ଡ ଅଧିକାରୀ ଉମାଶଙ୍କର ସିଂ ସହ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତେବେ ଘଟଣାର ଦିନକ ମଧ୍ୟରେ ହିଞ୍ଜିଳି ପୁଲିସ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଗୁରୁବାର ପୁଲିସ ମୁଖ୍ୟ ଅଭିଯୁକ୍ତ ଅଜିତ ଷଡଙ୍ଗୀକୁ ଗୌତମି ଗ୍ରାମରୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟ ପଟେ ମୁଖ୍ୟ ଅଭିଯୁକ୍ତ ଜଣକ ନିଜେ ହତ୍ୟା କରିଥିବା ପୁଲିସ ଆଗରେ ସ୍ୱୀକାର କରିଥିବା ବେଳେ ପ୍ରେମ ଓ ପରେ ବିଭାହ କରିବାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଦିନ ଉଭୟଙ୍କ ମଧ୍ୟରେ ଛକ ରାସ୍ତାରେ ବଚସା ହୋଇଥିଲା । ଏଥିରେ ହତ୍ୟାକାରୀ ଉତକ୍ଷିପ୍ତ ହୋଇ ମହିଳାକୁ ଅଭିଯୁକ୍ତ ଜଣକ ବେକରେ ଚୁନି ବାନ୍ଧି ମୁହଁରେ ମୁଥ ଓ ନାତ ମାରି ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା କହିଛି । ତେବେ ଗୁରୁବାର ଏହି ଘଟଣାରେ ହିଞ୍ଜିଳି ପୋଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ହିଞିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି ।