ଅନୁସନ୍ଧାନ ଭାରତ(ବ୍ୟୁର): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ପାଜୀବାହାଳି ରାସ୍ତାରେ ଦୁଇ ଜଣ ଆଦିବାସୀ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଘଟଣାରେ ପୁଲିସ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଁ ନ ଥିବାରୁ ଲାଞ୍ଜିଗଡ ବ୍ଲକ ଆଦିବାସୀ ସଂଘ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି I ଏହାକୁ ନେଇ ବ୍ଲକ ସଂଘ ସଭାପତି ସୁକୃ ମାଝୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନାବାଳିକାଙ୍କ ଗାଁକୁ ଯାଇ ପୁଣି ଏକ ବୈଠକ କରିଛି I ପୁଲିସ ଏହି ଘଟଣାରେ ପାଞ୍ଚ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଚାରି ଜଣ ଗିରଫ କରିଥିବା ବେଳେ ଅନ୍ୟ ଜଣେ ନା ବାଳକ ଥିଲା I ହେଲେ ମୁଖ୍ୟ ଅଭିଯୁକ୍ତକୁ ଆଜି ପ୍ରଯ୍ୟନ୍ତ ଗିରଫ କରାଯାଇ ନ ଥିବାରୁ ପୁଲିସର ପଦକ୍ଷେପକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି I ଆଗାମୀ ଦିନରେ ପୁଲିସ ଏନେଇ ପଦକ୍ଷେପ ନ ନେଲେ ଆଦିବାସୀ ସଂଘ ରାଜା ରାସ୍ତାକୁ ଓଲ୍ହାଇ ଆନ୍ଦୋଲନ କରିବା ସହ ବିଜେପୁର ଥାନା ଘେରାଉ କରିବ ବୋଲି ଚେତାବନୀ ଦେଇଇଛି I ଆଜିର ବୈଠକରେ ବ୍ଲକ ଆଦିବାସୀ ସଂଘ ସଭାପତି ଶ୍ରୀ ଶୁକୃ ମାଝୀ, ବେନଗାଁ ସରପଞ୍ଚ ପୂର୍ଣ୍ଣ ମାଝୀ, ପୂର୍ବତନ ଜିଲ୍ଲା ପରିଷଦ ସଦଶ୍ୟ ଘାସିରାମ ମାଝୀ, ପ୍ରଦୀପ ମାଝୀ, ଉଦ୍ଧବ ମାଝୀ, ପୂର୍ବତନ ସରପଞ୍ଚ ଫୁଲମେ ମାଝୀ, ମୁଳୁ ମାଝୀ, ରାଜେନ୍ଦ୍ର ମାଝୀ, ପ୍ରମୁଖ ଉପସ୍ଥିତ ଥିଲେ I