ପାନୀୟ ଜଳ ସମସ୍ୟାକୁ ନେଇ ଡଙ୍ଗାଯୋର ଠାରେ ଗଛ ପକାଇ ରାସ୍ତା ରୋକ, ସହକାରୀ ଯନ୍ତ୍ରୀଙ୍କ ପ୍ରତିଶୃତି ପରେ ହଟିଲା ରାସ୍ତାରୋକ…..
ଅନୁସନ୍ଧାନ ଭାରତ(ବ୍ୟୁର): ସରକାର ଘରକୁ ଘର ପାନୀୟ ଜଳ ପହଞ୍ଚାଇବାକୁ କୋଟି କୋଟି ଟଙ୍କା ଖର୍ଚ କରି ଜଳ ଯୋଗାଣ ପ୍ରକଳ୍ପ କରୁଛନ୍ତି ସତ l ମାତ୍ର ପ୍ରଶାସନିକ ଅବହେଳା ଯୋଗୁଁ ଉପାନ୍ତ ଅଞ୍ଚଳ ଗୁଡ଼ିକରେ ଏବେ ମଧ୍ୟ ପାନୀୟ ଜଳ ପାଇଁ ନାହିଁ ନ’ଥିବା ସମସ୍ୟା ଭୋଗୁଛନ୍ତି ଗାଁ ଲୋକେ l ଜଳ କଷ୍ଟ ସହିନ ପାରି ଆଜି ବିଶ୍ୱନାଥପୁର ଠାରୁ ବିଜେପୁର ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଗଛ ପକାଇ ସ୍ଥାନୀୟ ଲୋକ ରାସ୍ତାରୋକ କରିଥିବା ଚିତ୍ର ସାମ୍ନାକୁ ଆସିଛି l ବାଲ୍ଟି ଗରା ରଖି ରାସ୍ତା ରୋକ କରିଛନ୍ତି ଲାଞ୍ଜିଗଡ଼ ବ୍ଲକ ବନ୍ଧପାରି ପଞ୍ଚାୟତ ଅଧିନସ୍ତ ଡଙ୍ଗାଜୋର ଛକ ଜନସାଧାରଣ l ସୁଚନା ଅନୁସାରେ ଗାଁର ବାସୀନ୍ଧା ୮ରୁ ଦଶ ବର୍ଷ ହେବ ପାନୀୟଜଳର ସମସ୍ୟା ନେଇଁ ସରପଞ୍ଚଙ୍କଠୁ ଆରମ୍ଭ କରି ବିଡ଼ିଓଙ୍କ ପର୍ଯ୍ୟନ୍ତ ଗୁହାରି କରି ପଞ୍ଚାୟତରୁ ବ୍ଲକ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଆଜି ରାସ୍ତା ରୋକ କରିଥିବା ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଛନ୍ତି ଗାଁ ଲୋକେ l ଏନେଇ ଖବର ପାଇ ଲାଞ୍ଜିଗଡ଼ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ ଦଶମନ୍ତ ମାଝୀ ଘଟଣା ସ୍ଥଳକୁ ପହଞ୍ଚି ସମସ୍ୟା ଉପରେ ଆଲୋଚନା କରିଥିଲେ ଓ ଆସନ୍ତା ତା ୦୨/୦୫/୨୦୨୩ ରିଖ ମଙ୍ଗଳବାର ଦିନ କିମ୍ବା ଏହି ୫ ଦିନ ଭିତରେ ଏକ ନଳକୂପ ଖନନ କରିବା ପାଇଁ ଲିଖିତ ପ୍ରତିଶୃତି ପାଇବା ପରେ ରାସ୍ତାରୁ ହଟିଥିଲେ ଡଙ୍ଗାଜୋର ଛକ ପଡ଼ାର ଲୋକେ l କିନ୍ତୁ ଆମ ପ୍ରତିନିଧିଙ୍କୁ କିଛି କହିବାକୁ ମନା କରିଦେଇ ଥିଲେ ଯନ୍ତ୍ରୀ ମହାଶୟ l ତେବେ ଜଳଯୋଗାଣ ବିଭାଗର ଯନ୍ତ୍ରୀ ଦଶମନ୍ତ ମାଝୀଙ୍କ ପ୍ରତିଶୃତି କେତେ ଦୂର କାର୍ଯ୍ୟକାରୀ ହେଉଛି ନା ପ୍ରତିଶୃତି ପ୍ରତିଶୃତିରେ ରହୁଛି ତାହା ଦେଖିବାକୁ ବାକି ରହିଲା ।