ହିଞ୍ଜିଳିକାଟୁ ଓକିଲ ସଙ୍ଘ ଓ ଆମ ଓଡ଼ିଶା ମିଳିତ ସହଯୋଗରେ ରକ୍ତଦାନ ଶିବିର ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଆଇନଜିବୀ ଦିବସ ଅବସର ରେ ହିଞ୍ଜିଳିକାଟୁ ଓକିଲ ସଙ୍ଘ ଓ ଆମ ଓଡିଶା ର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର  ଓକିଲ ସଙ୍ଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲା ଦୌରାଜଜ ଆନନ୍ଦ ଚନ୍ଦ୍ର ବେହେରା ଆନୁଷ୍ଟାନିକ ଭାବେ ଶିବିର ଶୁଭାରମ୍ଭ କରିଥିଲେ I ସ୍ୱେଚ୍ଛାକୃତ ଭାବେ 33 ଜଣ ରକ୍ତଦାନ କରିଥିଲେ I ରାଜା ଗୌଡ଼ ଦୀପକ କୁମାର ସାହୁ, ସୋନୁ ସେଠି, ଅମର ପ୍ରଧାନ, ନାରାୟଣ ହୀନ ସାମଲ, ତେଜେଶ୍ୱର ପାଢୀ, ଅଜିତ ମୁନୀ, ଗୟା ଦାସ, ଅଭୟ ପ୍ରସାଦ ନାୟକ, ଅକ୍ଷୟ କୁମାର ସେଠୀ, ଶିବରାମ ପାଢୀ, କାଁହୁ ସ୍ୱାଇ, ଟୁକୁନା ସ୍ୱାଇ, ବିଭୁତି ପ୍ରଧାନ, ମଙ୍ଗୁଲୁ ଦଳାଇ, ସୋମନାଥ ଭୋଳ, ବାଦଲ ପାଣିଗ୍ରାହୀ, ସାଗର ପାତ୍ର, ଶ୍ରୀଧର ନାୟକ, ସ୍ଵପ୍ନେଶ୍ଵର ସେଠୀ, ଵାପିନୀ ସେଠି, ଶିବ ଶଙ୍କର ସେଠି, ବିକାଶ ବେହେରା, ବିମଲ ଦଳାଇ, ତ୍ରିଲୋଚନ ବରଡ଼, ନିରଞ୍ଜନ ସାହୁ, ଟୁନା ସେଠି, କୁଲୁଦୀପ ସାହୁ, ପିତାମ୍ବର ସାହୁ, ଜିତେନ୍ କୁମାର ପ୍ରହରାଜ, ପିଣ୍ଟୁ ସ୍ୱାଇ, ସୋମନାଥ ପୋଲାକି ପ୍ରମୁଖ ରକ୍ତଦାନ କରିଥିଲେ I ବ୍ରହ୍ମପୁର ଜିଲ୍ଲା କୋର୍ଟ ରେଜିଷ୍ଟର ସୁଶାନ୍ତ ମିଶ୍ର, ହିଞ୍ଜିଳିକାଟୁ ସବଜଜ ଅବକାଶ ଚୌଧୁରୀ, ଜେଏମଏଫ ସି ବିଚାରପତି ଦିପ୍ତିମୟୀ ସାହୁ ବରିଷ୍ଠ ଆଇନଜିବୀ ନିର୍ମଳ ସାହୁ, ନୃସିଂହ ପ୍ରସାଦ ପଟ୍ଟନାୟକ, ଥାନା ଅଧିକାରୀ ଅଭିମନ୍ୟୁ ଦାସ, ଆଇନଛାତ୍ର ସଂସ୍କାର ପଟ୍ଟନାୟକ, ଇ ସରୋଜ କୁମାର ପାତ୍ର, ସମ୍ବାଦ ଆମ ଓଡିଶା ସଂଯୋଜକ ବସନ୍ତ ପଣ୍ଡା, ସମେତ ବ୍ଲଡ଼ ବ୍ୟାଙ୍କର କର୍ମଚାରୀ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ I ସମ୍ବାଦ ବ୍ଲକ ପ୍ରତିନିଧି ଦ୍ଵିତୀକୃଷ୍ଣ ସାବତ ସମେତ ଓକିଲ ସଙ୍ଘର ସମସ୍ତ ସଭ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I