ଇମିସ ହିଞ୍ଜିଳିକାଟୁ ସମ୍ବାଦ ତରଫରୁ ସ୍ୱାଭିମାନ ଦିବସ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): ହିଞ୍ଜିଳିକାଟୁ ଇମିସ ହିଞ୍ଜିଳିକାଟୁ ସମ୍ବାଦ ତରଫରୁ ବ୍ଲକ ପ୍ରତିନିଧି ଦ୍ବିତିକୃଷ୍ଣ ସାବତଙ୍କ ପୌରହିତରେ ମଧୁବାବୁଙ୍କ ଜୟନ୍ତୀ ଅବସରରେ ସ୍ୱାଭିମାନ ଦିବସ ପାଳିତ ହୋଇଯାଇଛି I ଏହି କାଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ଆଇନଜିବୀ ନିର୍ମଳ ସାହୁ, ମୁଖ୍ୟ ବକ୍ତା ରୂପେ ଲଷ୍ମୀନୃସିଂହ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସେହ୍ନଲତା ପଟ୍ଟନାୟକ, ସନମାନନିୟ ଅତିଥି ରୂପେ ଆଇନଜିବୀ ନୃସିଂହପ୍ରସାଦ ପଟ୍ଟନାୟକ, ଶିକ୍ଷୟତ୍ରୀ ଡି ଗୌରୀ ଓ ସମାଜସେଵୀ ରଜନୀକାନ୍ଥ ପଟ୍ଟନାୟକ ପ୍ରମୁଖ ମଂଚାସୀନ ଥିଲେ I ଆଇନ ଛାତ୍ର ସଂସ୍କାର ପଟ୍ଟନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ I ଅତିଥିମାନେ ସ୍ୱାଭିମାନୀ ମଧୁବାବୁଙ୍କ ଜୀବନି ଉପରେ ଆଲୋକପାତ କରିଥିଲେ I ଶେଷରେ ଅଖିଳ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲ I