ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟାଳୟ ଠାରେ ଲକ୍ଷ୍ମୀନୃସିଂହ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): ଆସନ୍ତା ମାସ ୪ତାରିଖରୁ ହିଞ୍ଜିଳିକାଟୁ ସହରର ପ୍ରସିଦ୍ଧ ଇଷ୍ଟଦେବ ଲକ୍ଷ୍ମୀନୃସିଂହ ଠାକୁର ଙ୍କ ଯାତ୍ରା ପାଇଁ ପୌର କାର୍ଯ୍ୟାଳୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରାଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ବୈଠକରେ ତହସିଲଦାର ପ୍ରଭାତ କୁମାର ପରିଡ଼ା, ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ପ୍ରମୁଖଙ୍କ ଉପସ୍ଥିତରେ ଲକ୍ଷ୍ମୀନୃସିଂହ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସ୍ଵାସ୍ଥ୍ୟ, ପରିମଳ, ଶାନ୍ତି ଶୃଙ୍ଖଳାର ସହ ଯାତ୍ରା ସମୟରେ ୩ଦିନ ମଦ ଦୋକାନ ବନ୍ଦ ଉପରେ ଆଲୋଚନା ହୋଇଥିଲା । ଏହି ବୈଠକ ରେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଡ଼ା.ମାଧବ ସାହୁ, ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ ସରୋଜ କୁମାର ମିଶ୍ର, ଦମକଳ ବିଭାଗ ଅଧିକାରୀ, ଅବକାରୀ ବିଭାଗ ଅଧିକାରୀ, କାଉନସିଲର ସୁଭାଷ ସାହୁ, ବସନ୍ତ ବେହେରା, କେଉଟ ସାହି ଯାତ୍ରା କମିଟି ପକ୍ଷରୁ ପ୍ରମୋଦ ବେହେରା, ବିକ୍ରମ ବେହେରା, ହିମାଂଶୁ ବେହେରା, ଉଦୟ ବେହେରା, ରଙ୍ଗୁଣୀ ସାହି ପକ୍ଷରୁ ଅଧିକାରୀ ବଂଶୀଧର ସାହୁ, ଦିଲ୍ଲୀପ ବୈଠାରୁ, ପାଟଣା ସାହି ପକ୍ଷରୁ ବିଶ୍ବମ୍ବର ସାହୁ, ଆକାଶ ପଟ୍ଟନାୟକ, ରବି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।