ଗଦଗୁଡା ଗ୍ରାମପଞ୍ଚାୟତରେ ପାରମ୍ପରିକ ଜୈବିକ କୃଷି ସମ୍ବଦୀୟ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଗଦଗୁଡା ଗ୍ରାମପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ ଲୋକ ସଂଗଠନ ଜୀବିକା ସୁରକ୍ଷା ମଞ୍ଚ ତରଫରୁ ଦୁଇଦିନ ଧରି ଏକ ତାଲିମ୍ ଅନୁଷ୍ଠିତ ହୋଇଛି I ଏଥିରେ ମୁଖ୍ୟତ ଜିଲ୍ଲାରେ ଥିବା ଚାଷୀମାନେ କିପରି ଖରିପ ଋତୁ ପରେ, ଦ୍ୱତୀୟ ଫସଲ, ଉତ୍ପାଦନ କରି ପାରିବେ ଏବଂ ଲାଭ ବାନ ହୋଇ ନିଜର ଆର୍ଥିକ ସମ୍ବଳକୁ ଅଭିବୃଦ୍ଧି କରିପାରିବେ ତାଲିମ ଦିଆଯାଇ ଥିଲା I ଏହା ସହ ଜିଲ୍ଲାରେ ଜୈବିକ ପଦ୍ଧତିରେ ଚାଷ ପ୍ରଣାଳୀ, ବିହନ ବିଷଧନ, ହାଣ୍ଡି ଖତ, ଖଡ଼ଦା ଖତ, ଜୈବିକ ଔଷଧର ପ୍ରସ୍ତୁତି ସହିତ ତାର ବ୍ୟବହାର ଓ ଜୈବିକ ପଦ୍ଧତିରେ ଚାଷର ଉପକାରିତା ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଛି I ଏହି ତାଲିମ କାର୍ଯ୍ୟକ୍ରମରେ ଟିକାବାଲି ବ୍ଲକର ମୁଖ୍ୟ କୃଷି ଅଧିକାରୀ ଶ୍ରୀ ସନ୍ତୋଷ କୁମାର ଦଳବେହେରା, ବ୍ଲକ ଅତିରିକ୍ତ ଉଦ୍ୟାନ ଅଧିକାରୀ ଶ୍ରୀ ରାଜେଶ ବିଶ୍ୱାଳ, ସ୍ଥାନୀୟ ସରପଞ୍ଚ ଶ୍ରୀ ମତି ପୁଷ୍ପଲତା ପ୍ରଧାନ, ଉପସ୍ଥିତ ଥିବା ବେଳେ, ତାଲିମ ଦାତା ଭାବେ ଶ୍ରୀ ଆଶିଷ କୁମାର ବେହେରା, ଶ୍ରୀ ସୁଶାନ୍ତ ପଟନାୟକ ଯୋଗ ଦେଇ ଥିବା ସହ ଉକ୍ତ ତାଲିମରେ ଜୀବିକା ସୁରକ୍ଷା ମଞ୍ଚର ଟିକାବାଲି, ଚକାପାଦ, ଉଦୟଗିରି, ରାଇକିଆ, ବାଲିଗୁଡା, କ.ନୂଆଗାଁ, ଫିରିଙ୍ଗିଆ, ଖଜୁରୀପଡା, ଫୁଲବାଣୀ ସମେତ ନୟାଗଡ ଜିଲ୍ଲାର ଦଶପଲ୍ଲା ବ୍ଲକର କର୍ମମାନେ ଉପସ୍ଥିତ ଥିଲେ I