ଟିକାବାଲି ଶନିଶ୍ଚର ମନ୍ଦିରର ଏଗାର ତମ ବାର୍ଷିକ ଉତ୍ସବ ପାଳିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଟିକାବାଲି ଠାରେ ଥିବା ଶନିଶ୍ଚର ମନ୍ଦିରର ଏଗାର ତମ ବାର୍ଷିକ ଉତ୍ସବ ପାଳିତ ହୋଇଛି I ଏହି ବାର୍ଷିକ ଉତ୍ସବ ଅବସରରେ ଅନୁଷ୍ଠାନରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା I ଲାଇନ୍ ପଡ଼ା ପଣସପଦରରୁ ଆସିଥିବା ସଂକୀର୍ତ୍ତନ ମଣ୍ଡଳୀ ବହୁ ଆଡ଼ମ୍ବରେ ନାମ ଗାନ କରିଥିଲେ I ଶନିଶ୍ଚର ମନ୍ଦିର ପ୍ରାଙ୍ଗଣରେ ଟିକାବାଲି ମେଡିକାଲଛକ, ବଜାର ସାହି, କେଉଟସାହି, ଭୋଇ ସାହି ସହ ବହୁ ଦୂରଦୂରାନ୍ତରୁ ଭକ୍ତ ମାନଙ୍କୁ ଦେଖିବାକୁ ମିଳିଥିଲା I ଉକ୍ତ କାର୍ଯ୍ୟକ୍ରମ ପାଇଁ ବହୁ ଭକ୍ତ ସହଯୋଗ କରିବା ସହିତ ଶନିଶ୍ଚର ମନ୍ଦିର କମିଟିକୁ ସାହାଯ୍ୟ ସହାୟତା କରିବାର ଦେଖିବାକୁ ମିଳିଥିଲା I ଏହି ମୁଖ୍ୟ ପରିଚାଳକ ପଞ୍ଚାନନ ପାଣିଗ୍ରାହୀ, ପ୍ରଦିପ ରଥ, ରାମକୃଷ୍ଣ ପାତ୍ର, ଗୋପାଳ କୃଷ୍ଣ ପଣ୍ଡା, ଅଜିତ ପ୍ରଧାନ, ନାରାୟଣ ପାତ୍ର, ମଣ୍ଟୁ ଭୋଇ, ଲିଟୁ ଦାଶ, ଜ୍ୟୋତି ମହାପାତ୍ର ପ୍ରମୁଖ ଦାଇତ୍ୱରେ ରହି ଭକ୍ତମାନଙ୍କୁ ଅନ୍ନପ୍ରସାଦ ସେବନରେ ସାହାଯ୍ୟ କରିବା ସହିତ ଅତି ଶାନ୍ତି ଶୃଙ୍ଖଳାରେ ସମାପ୍ତ କରିଥିଲେ I