ଅନୁସନ୍ଧାନ ଭାରତ(ବ୍ୟୁର): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକରେ କେନ୍ଦ୍ର ସରକାର ଗରିବ ଲୋକଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେବା ନେଇଁ ମନରେଗା ଯୋଜନା ନିର୍ମାଣ କଲେ ସତ ହେଲେ ଯୋଜନାକୁ ଠିକ ଭାବରେ ପରିଚାଳନା ହେଉନଥିବା ଦେଖାଦେଇଛି । ଯାହା ଫଳରେ କାମକରି ମଧ୍ୟ ପାରିଶ୍ରମିକ ପାଇ ପାରୁନାହାନ୍ତି ଲୋକେ l ଏହି ଯୋଜନା ମାଧ୍ୟ୍ୟମରେ ଦାଦନ ସମସ୍ୟା ରୋକିବା ଉଦେଶ୍ୟ ଥିବା ବେଳେ ଶ୍ରମିକଙ୍କୁ କାମ ଯୋଗାଇ ଦେବା ଓ ଅର୍ଥନୀତି କ୍ଷେତ୍ରରେ ଶ୍ରମିକଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟ ରହିଛି । ଏଥି ପାଇଁ ମନରେଗା ଯୋଜନାକୁ ସ୍ୱତନ୍ତ୍ର ନୀତିନିୟମ ପ୍ରଣୟନ ହୋଇଛି ହେଲେ ଆଇନର ନୀତିନିୟମକୁ କିଛି ଅସାଧୁ କର୍ମଚାରୀ ମନରେଗା ଯୋଜନାକୁ ଦିଶା ହୀନ କରୁଥିବା ବୁଦ୍ଧିଯିବି ମହଲରେ ଚର୍ଚ୍ଚା ହେଉଛି । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଖବାହାଳି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଘାଟିକୁଣ୍ଡୁରୁ ଗାଁରୁ ଏହି ଭଳି ସଙ୍ଗିନ ଅଭିଯୋଗ ଆସିଛି। ଏହି ଗାଁରେ ମନରେଗା ଯୋଜନା ମାଧ୍ୟ୍ୟମରେ ମୁଖ୍ୟ ରାସ୍ତା ଠାରୁ ଗାଁକୁ ମାଟି ରାସ୍ତା ପାଇଁ ଅଟକଳ ମୂଲ୍ୟ ୩ ଲକ୍ଷ ଥିବା ବେଳେ ରାସ୍ତା ମଧ୍ୟ ଅଧପନ୍ତରିଆ ହୋଇ ରହିଛି । ଏବେ କାମ ମଧ୍ୟ୍ୟ ବନ୍ଦ ଅଛି । ହେଲେ କାମ ବନ୍ଦ ଥିବା ସତ୍ତ୍ବେ ମଧ୍ୟ କାମ ନ’କରିଥିବା ୪୦ ଜଣଙ୍କ ବ୍ୟାଙ୍କ ଖାତାରେ ଅର୍ଥରାଶି ଜମା କରି ଅର୍ଥ ରାଶି ହଡପ କରୁଥିବା ଉପଭୋକ୍ତା ଅଭିଯୋଗ କରିଛନ୍ତି । ଯେଉଁ ଶ୍ରମିକ ମାନେ କାମ କରୁଛନ୍ତି ସେମାନଙ୍କ ବ୍ୟାଙ୍କ ଖାତାରେ ଅର୍ଥ ରାଶି ଜମା ହେଉନ’ଥିବା ଏବେ ଅଞ୍ଚଳରେ ଚର୍ଚ୍ଚା ହେଉଛି l ଏହି ରାସ୍ତା କାମରେ ଗାଁର ଅନେକ ଶ୍ରମିକ ନିୟୋଜିତ ହୋଇ କାମ କରିଛନ୍ତି ହେଲେ ମାସ ମାସ ଧରି ଶ୍ରମିକମାନେ ପାରିଶ୍ରମିର ମୂଲ୍ୟ ପାଉନାହାନ୍ତି l ଅନ୍ୟ ପଟେ ମନରେଗା ଯୋଜନା ନିୟମ ଅନୁଯାଇ ଶ୍ରମିକ ପରିଶ୍ରମର ଅର୍ଥ ୧୫ ଦିନ ଭିତରେ ବ୍ୟାଙ୍କ ଖାତାରେ ଜମା ହେବା ବ୍ୟବସ୍ଥା ରହିଛି ହେଲେ ମାସମାସ ଧରି ପାରିଶ୍ରମିକ ପାଉନାହାନ୍ତି ଶ୍ରମିକ l ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁଁ ଏହିଭଳି ମନରେଗାରେ ଠିକ ସମୟରେ ପାରିଶ୍ରମିକ ନ ମିଳିବା, ଯୋଜନା ନାଁରେ ରଫା ଦଫା କରି ଅର୍ଥ ହଡପ ହେଉଛି ବୋଲି ଅଞ୍ଚଳରେ ଆଲୋଚନା ହେଉଛି l