ଅନୁସନ୍ଧାନ ଭାରତ(ବ୍ୟୁର): ଗଂଜାମ ଜିଲ୍ଲା ଅଧିନସ୍ଥ ଭଞ୍ଜନଗର ଅଗ୍ନିଶମ ସେବା କେନ୍ଦ୍ର ପକ୍ଷରୁ ଆଜିଠାରୁ ଜାତୀୟ ଅଗ୍ନିଶମ ସେବା ସପ୍ତାହ ପାଳନ କରାଯାଉଛି ।ଏହା ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜି ଅଗ୍ନିଶମ ସେବା ଦିବସ ପାଳନ ଅବସରରେ ସର୍ବଭାରତୀୟ ସ୍ତରରେ ସହୀଦ ହୋଇଥିବା କାର୍ଯ୍ୟରତ ଅଗ୍ନିଶମ ବିଭାଗ କର୍ମଚାରୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଅଗ୍ନିକାଣ୍ଡରେ ବହୁ ଧନ ସମ୍ପତ୍ତି ନଷ୍ଟ ହେଉଥିବା ବେଳେ ତାହାର ସୁରକ୍ଷା ପାଇଁ ସହରର ବିଭିନ୍ନ ସ୍ଥାନରେ ବୁଲି ବୁଲି ଲୋକମାନଙ୍କୁ ଅଗ୍ନିକାଣ୍ଡର ସମୟରେ ଭୟଭୀତ ନହୋଇ ସାହସର ସହିତ ମୁକାବିଲା କରିବା ଓ ସତର୍କତା ଅବଲମ୍ବନ ଉପରେ ସଚେତନ କରାଯାଇଥିଲା । ଆଗକୁ ମଧ୍ୟ ବିଭିନ୍ନ ପ୍ରତିଷ୍ଠାନରେ ମକ ଡ୍ରିଲ ଦ୍ୱାରା ଅଗ୍ନିକାଣ୍ଡର ଭୟାବହତା ଏବଂ ନିରାପତ୍ତା ସମ୍ପର୍କରେ ଅବଗତ କରାଯିବ । ସତର୍କତା ଓ ସୁରକ୍ଷା ଯୋଗୁଁ କିଭଳି ବଡ଼ ଦୁର୍ଘଟଣାକୁ ରୋକାଯାଇ ପାରିବ ସେ ସମ୍ପର୍କରେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ସଚେତନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଭଞ୍ଜନଗର ଅଗ୍ନିଶମ ସେବା କେନ୍ଦ୍ରର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।