ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ଯୁବକ ଗୁରୁତର….

ଅନୁସନ୍ଧାନ ଭାରତ(ବ୍ୟୁର): ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ମୂଜାଗଡ ଗ୍ରାମରେ ଦଣ୍ତଯାତ୍ରା ଉଦଯାପିତ ଅବସରରେ ସାଂସ୍କୃତିକ କାଯ୍ୟକ୍ରମରେ ଅଘଟଣ ଘଟି ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ଯୁବକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଦୁଇ ଜଣ ହେଲେ ମୂଜାଗଡ ଗ୍ରାମର ଦୟା ଜେନାଙ୍କ ପୁଅ ମୁକେଶ ଜେନା (୧୮) ଓ କାଳିଆ ବିଶ୍ଵାଳଙ୍କ ପୁଅ ଅମରେଶ ବିଶ୍ଵାଳ (୧୮) l ଉଭୟ ଦୁଇ ଜଣ ମେରୁ ଯାତ୍ରା ଶେଷ ହେବା ପରେ ନାଚ ଦେଖିବାକୁ ଯାଇ ଥିଲେ । ଷ୍ଟେଜ ନିକଟରେ ବସି ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖୁଥିବା ବେଳେ କୌଣସି କାରଣ ବଶତ ଅମରେଶ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ମୁକେଶ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ସ୍ଥାନୀୟ ଲୋକ ଉଦ୍ଧାର କରିବା ସହ ନିକଟସ୍ଥ ମୁଜାଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ କୌଣସି ଡାକ୍ତର ନଥିବା କାରଣରୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ଭର୍ତ୍ତି କରାଯାଇଛି ।