ଅପରାଧକୁ ନିୟନ୍ତ୍ରଣ କରିନ ପାରି ହେଲମେଟ୍ ଚେକିଂରେ ମାତିଛି ଗୁଣୁପୁର ପୁଲିସ…

ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁର ପୁଲିସ ପକ୍ଷରୁ ଗତ ଦୁଇଦିନ ହେଲା ହେଲମେଟ୍ ଚେକିଂ କରାଯାଉ ଯୋଗୁଁ ଜନସାଧାରଣ ହନ୍ତସନ୍ତ ହେଉଥିବା ଦେଖା ଦେଇଛି । ସହରର ଅତି ଜନଗହଳି ସ୍ଥାନ ତଥା ବାଇପାସ୍ ଛକ ମଝିରେ ସନ୍ଧ୍ୟା ସମୟରେ ହେଲମେଟ୍ ଚେକିଂ କରାଯାଉଥିବାରୁ ବ୍ୟାପକ ଟ୍ରାଫିକ୍ ସମସ୍ୟା ଉପୁଯିବା ସହ ଜରୁରୀ କାମରେ ଆସୁ ଥିବା ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉ ଥିବା କହିଛନ୍ତି I ଅନ୍ୟପକ୍ଷରେ ଗୁଣପୁର ସହରରେ ଦୀର୍ଘ ମାସ ହେବ ଚୋରି ଓ ଲୁଟ୍ ଲାଗି ରହିବା ସହ ଯୁବକମାନେ ଦ୍ରୁତଗତିରେ ସ୍ପିଡ ବାଇକ୍ ଚଳାଇ ଆତଙ୍କ ସୃଷ୍ଟି କରୁଛନ୍ତି । ଏହାକୁ ନେଇ ପୁଲିସ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ବୋଲି ସହରବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି । ନିଜର ବାହାଦୁରୀ ଦେଖଗାଇବା ସହ ପକେଟ ଗରମ କରିବା ପାଇଁ ଗୁଣୁପୁର ପୁଲିସ ପକ୍ଷରୁ ସବୁଠାରୁ ଜନଗହଳି ସ୍ଥାନରେ ସନ୍ଧ୍ୟା ସମୟରେ ହେଲମେଟ୍ ଚେକିଂକୁ ଲୋକେ ନା ପସନ୍ଦ କରି କହିଛନ୍ତି ସହର ବାସୀ I ଅପରାଧକୁ ନିୟନ୍ତ୍ରଣ କରିନ ପାରି ପୁଲିସ ହେଲମେଟ୍ ଚେକିଂ କରି ନିଜର ଉପସ୍ଥିତି ଜାହିର କରୁଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ସନ୍ଧ୍ୟା ସମୟରେ ସବୁଠାରୁ ଜନଗହଳି ସ୍ଥାନ ନୂଆ ବସଷ୍ଟାଣ୍ଡରେ ପୁଲିସ୍ ମୁତୟନ କରାଯାଉ ନଥିବାରୁ ବ୍ୟାପକ ଟ୍ରାଫିକ୍ ସମସ୍ୟା ଉପୁଜିଛି । ହେଲମେଟ ଯେଉଁଭଳି ଭାବରେ ଚେକିଂ କରାଯାଉଛି ସେହିପରି ଭାବରେ ଗୁଣପୁର ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ପୁଲିସ୍ ଚୋରି, ଡକାୟତି, ଲୁଟ ରୋକିବା କ୍ଷେତ୍ରରେ ଗୁରୁତ୍ଵ ଦେବା ଉଚିତ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ଅପରପକ୍ଷେ ହେଲି ମେଟ୍ ଚେକିଂ ସହର ମଧ୍ୟରେ କରାନଯାଇ ସହର ଆରମ୍ଭ କିମ୍ବା ସହର ଶେଷରେ କରାଗଲେ ହେଲମେଟ୍ ଚେକିଂ କରିବା ଉଚିତ ପଦକ୍ଷେପ ହେବ ବୋଲି ସହରବାସୀ ମତବ୍ୟକ୍ତ କରିଛନ୍ତି ।