ରାଜା ରାମମୋହନ ରାୟ ଶୀର୍ଷକ ପାଠଚ଼କ୍ର ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡ଼ିଗ୍ରୀ କଲେଜ ପରିସରର ପ୍ରକୋଷ୍ଠ ନଂ-୯ରେ ଇତିହାସ ବିଭାଗ ତରଫରୁ ଶୀର୍ଷକ-“ରାଜା ରାମମୋହନ ରାୟ ଊନବିଂଶ ଶତାବ୍ଦୀର ନବ ଜାଗରଣର କର୍ଣ୍ଣଧାର” ପାଠଚ଼କ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସାହୁ ପ୍ରଥମେ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ପାଠଚ଼କ୍ରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ପାଠଚ଼କ୍ରରେ ଅଧ୍ୟକ୍ଷତା କରିଥିଲେ । ତୃତୀୟ ବର୍ଷ ଛାତ୍ରୀ ସୁଶ୍ରୀ ପ୍ରିୟଙ୍କା ମହାନ୍ତି ପାଠଚ଼କ୍ରରେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଏହାପରେ ଇତିହାସ ବିଭାଗୀୟ ମୁଖ୍ୟ ଡ଼ଃ ପ୍ରମୋଦ କୁମାର ଚୌଧୁରୀ ପାଠଚ଼କ୍ର ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ସଂକ୍ଷିପ୍ତରେ ବିବରଣୀ ପ୍ରଦାନ କରିଥିଲେ । ତୃତୀୟ ବର୍ଷର ଇତିହାସ ସମ୍ମାନର ଛାତ୍ରୀ ସୁଶ୍ରୀ କାଜଲ ଗନ୍ତାୟତ ସନ୍ଦର୍ଭକୁ ପାଠ କରି ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ । ଇତିହାସ ବିଭାଗ ଅଧ୍ୟାପିକା ସୁଶ୍ରୀ ସୁନୀତା ବିଷୋୟୀ ସନ୍ଦର୍ଭ ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ରାଜା ରାମମୋହନ ରାୟ ଊନବିଂଶ ଶତାବ୍ଦୀର ପ୍ରଭାତ ତାରା ସଦୃଶ ଥିଲେ ବୋଲି ମତ ବ୍ୟକ୍ତ କରିଥିଲେ । ଅର୍ଥନୀତି ବିଭାଗୀୟ ମୁଖ୍ୟ ଡ଼ଃ ବିନୋଦ କୁମାର ଦାଶ ରାଜା ରାମମୋହନ ରାୟ ଜଣେ ବିଶ୍ଵ ବିଜୟୀ ପ୍ରଜ୍ଞା ପୁରୁଷ ଭାବେ ବିଶ୍ଵରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଓଡ଼ିଆ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଶ୍ରୀଯୁକ୍ତ ନିରଞ୍ଜନ ଶତପଥୀ, ଇତିହାସ ବିଭାଗ ଅଧ୍ୟାପକ ଶ୍ରୀଯୁକ୍ତ ବିଭୂତି ଭୂଷଣ ପ୍ରଧାନ, ରାଜନୀତି ବିଭାଗ ଅଧ୍ୟାପକ ଶ୍ରୀ ବିରଞ୍ଚି ନାରାୟଣ ପ୍ରଧାନ, ଅଧ୍ୟାପକ ଶ୍ରୀ ଶ୍ରୀକାନ୍ତ ପାତ୍ର ଓ ଓଡ଼ିଆ ଅଧ୍ୟାପକ ଶ୍ରୀ ପଞ୍ଚାନନ ପୋଲାଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସନ୍ଧର୍ଭ ସମ୍ପର୍କରେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ପାଠଚ଼କ୍ର ସଭାପତି ଶ୍ରୀଯୁକ୍ତ ସନାତନ ସାହୁ ରାଜା ରାମମୋହନ ରାୟଙ୍କ କୃତିତ୍ୱ ବଳି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋକପାତ କରିବା ସଙ୍ଗେ ସଙ୍ଗେ ରାଜା ରାମମୋହନ ରାୟ ବାସ୍ତବରେ ଥିଲେ ଊନବିଂଶ ଶତାବ୍ଦୀର ଭାରତୀୟ ନବଜାଗରଣର ଅଗ୍ରଦୂତ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଗ୍ରନ୍ଥାଗାରିକ ଶ୍ରୀଯୁକ୍ତ ରଘୁନାଥ ପାଣି, ଡି.ଇ.ଓ ସରୋଜ କୁମାର ନାୟକ ଓ କଲେଜର ସମସ୍ତ କର୍ମଚାରୀ ଓ ସ୍ବେଚ୍ଛାସେବୀ ଗୋପାଲ ନାୟକ, ନୀଳାଞ୍ଚଳ ପ୍ରଧାନ, ଚନ୍ଦନ ଗୌଡ଼, ପ୍ରମୋଦ କୁମାର ସାମଲ, ପୂଜାରାଣି ପାତ୍ର, ଅମ୍ବିକା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଇତିହାସ ବିଭାଗ ଅଧ୍ୟାପକ ବିଭୁତି ଭୁଷଣ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।