ଅନୁସନ୍ଧାନ ଭାରତ(ବ୍ୟୁର): ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ୱାର୍ଡ ନଂ ୧୮ ଶାସ୍ତ୍ରୀଜୀ କଲ୍ୟାଣ ମଣ୍ଡପ ଠାରେ ଅଣ ସଂକ୍ରମଣ ରୋଗ ସ୍ଵାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି । ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଯୁବୁଲୁ ଚରଣ ବେହେରାଙ୍କ ତତ୍ବବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୌର ପରିଷଦ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ପଲେଇ ଶୁଭାରମ୍ଭ କରିଥିଲେ । ଉକ୍ତ ଶିବିରରେ ରକ୍ତଚାପ, ମଧୁମେହ ରୋଗ ପାଇଁ ୧୪୭ଜଣ ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷା ସୁଚିତ୍ର ପଣ୍ଡା, ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡାକ୍ତର ପ୍ରତିଭା ପାତ୍ର, ଡାକ୍ତର ମାଧବ ସାହୁ, ପୌର ପରିଷଦ କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ ଫାର୍ମାସିଷ୍ଟ କର୍ତିକେଶ୍ୱର୍ ସାହୁ, ସାଗର ସାହୁଙ୍କ ସମେତ ବହୁ ଜନ ସାଧାରଣ ଉପସ୍ଥିତ ଥିଲେ ।