ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଠାରେ ମୋଟର ଚାଳକ ମହାସଂଘ ପକ୍ଷରୁ ସରକାରଙ୍କ ପାଖରେ ଦଶ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ଅଖଚକ ବନ୍ଦ କରିଛନ୍ତି । ଯାହା ଫଳରେ ଯାତାୟତ ସେବା ବାଧା ପ୍ରାପ୍ତ ସହ ଯାତ୍ରୀ ହନ୍ତସନ୍ତ ହେଉଥିବା ଦେଖାଦେଇଛି । ବିଭିନ୍ନ ଡ୍ରାଇଭର ସଂଗଠନ ପକ୍ଷରୁ ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟା ଉପରେ ସରକାରଙ୍କୁ ଅବଗତ କରାଇଥିଲେ ମଧ୍ୟ ସରକାର ଦୃଷ୍ଟି ଆକର୍ଷଣ କରି ନଥିବାରୁ ବାଧ୍ୟ ହୋଇ ଉକ୍ତ ପନ୍ଥା ଅବଲମ୍ବନ କରିବା କଥା କହିଛନ୍ତି । ଦଶ ଦଫା ଦାବି ମଧ୍ୟରେ – ଡ୍ରାଇଭର ମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦିଆଯିବା, ଜନସାଧାରଣଙ୍କ ଆକ୍ରୋସର ଶିକାରରୁ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଅଇନ ତିଆରି କରିବା, ୫୫ ବର୍ଷ ପରେ ପେନସନ ପାଞ୍ଚ ହଜାର ସହ ଆବାସ ଯୋଜନାରେ ପାଞ୍ଚ ଲକ୍ଷ ଟଙ୍କା ପ୍ରଦାନ କରିବା, ଗାଡ଼ିର ପାର୍କିଂ ଏବଂ ବିଶ୍ରାମ ନେବା ନିମନ୍ତେ ପ୍ରତ୍ୟେକ ଶହେ କିଲୋମିଟର ଅନ୍ତରରେ ବିଶ୍ରାମଗାର ସହ ଶୌଚାଳୟ ର ବ୍ୟବସ୍ତା କରିବା, ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭରଙ୍କୁ ୨୦ଲକ୍ଷ ବିମାରାଶି ସହ ଦୁର୍ଘଟଣା ଜନିତ ଚିକିତ୍ସା ପାଇଁ ଦଶରୁ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ବୀମା ଯୋଗାଇଦେବା , ଡ୍ରାଇଭର ଙ୍କ ନିର୍ଦ୍ଧାରିତ ମୂଲ୍ୟାଙ୍କନ ସହ ଗାଡ଼ି ଚାଲିବାର ସମୟସୀମା ନର୍ଦ୍ଧାରଣ କରିବା, ଡ୍ରାଇଭରମାନଙ୍କୁ ଦ୍ୱିତୀୟ ସୈନିକ ର ମାନ୍ୟତା ପ୍ରଦାନ କରିବା ସହ ପିଲାମାନଙ୍କର ଉଚ୍ଚଶିକ୍ଷାର ବ୍ୟବସ୍ଥା କରିବା ସହ ରାଜରାସ୍ତାରେ ପ୍ରଶାସନ ପକ୍ଷରୁ ଯାଞ୍ଚ ନ କରାଯିବା ଓ ଡ୍ରାଇଭରମାନେ ଗରିବ ଶ୍ରେଣୀର ହୋଇଥିବା ହେତୁ ଲାଇସେନ୍ସ ପାଇଁ ୧୫ ହଜାର ଟଙ୍କାରୁ କମ ମୂଲ୍ୟାଙ୍କନ ଧାର୍ଯ୍ୟ କରିବା ଦାବି ନେଇ ଅଖଚକ ବନ୍ଦ କରିବା କଥା କହିଛନ୍ତି , ସରକାର ଏ ଉପରେ ଦୃଷ୍ଟିଗୋଚର ନକଲେ ଏହାକୁ ତୀବ୍ର ବିରୋଧ କରିବା ସହ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନ ଜାରି ରଖିବା ପାଇଁ ଚେତାବନୀ ଦେଇଛନ୍ତି ।