ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟ ସରକାର ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକଙ୍କ ତିନି ଦଫା ଦାବିକୁ ଭୃପେକ୍ଷ କରିଥିବାରୁ ଏହାର ପ୍ରତିବାଦରେ ସମଗ୍ର ରାଜ୍ୟରେ ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକଙ୍କ ଡ୍ରେସକୋଡ଼ ବର୍ଜନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି l
ଏହି ପରିପ୍ରେକ୍ଷୀରେରେ ଜିଲ୍ଲା ସଂଘର ନିଷ୍ପତ୍ତି କ୍ରମେ ସମଗ୍ର ଜିଲାରେ ସବୁ ବ୍ଲକରେ ଏହି ପ୍ରତିବାଦ ଦେଖିବାକୁ ମିଳୁଛି l ଟିକାବାଲି ଡ଼ି.ଆଇ.ଇ.ଟି ଠାରେ ଚାଲିଥିବା ତାଲିମ କାର୍ଯ୍ୟକ୍ରମରେ ମଧ୍ୟ ଏହା ଦେଖିବାକୁ ମିଳିଛି I ଏଠାରେ ମଧ୍ୟ ପ୍ରାୟ ଶିକ୍ଷକ ଶିକ୍ଷୟତ୍ରୀ ଡ୍ରେସକୋଡ଼ ବର୍ଜନ କରିଛନ୍ତି l ଟିକାବାଲି ଡ଼ି.ଆଇ.ଇ.ଟି ଠାରେ ଚାରିଦିନିଆ ପ୍ରାରମ୍ଭ ତାଲିମ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଛି l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟରେ ଶିକ୍ଷାର୍ଥୀମାନେ ଯେପରି ମୌଳିକ ଭାଷାଜ୍ଞାନ ଓ ସଂଖ୍ୟାଜ୍ଞାନ ଦକ୍ଷତା ହାସଲ କରିବେ ସେହି ସମ୍ବନ୍ଧରେ ଟିକାବାଲି ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ତାଲିମ ଦିଆଯାଇଥିଲା l ଏହି ତାଲିମ କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଜଗନ୍ନାଥ ସାହାଣୀ ଓ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୀପ୍ତ କୁମାର ନାୟକ ଉପସ୍ଥିତ ରହି ଶିକ୍ଷକ ପ୍ରଶିକ୍ଷକ ଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ l ଏହି ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ବଳ ଶିକ୍ଷକ ଶ୍ରୀ ଅରବିନ୍ଦ ମହାପାତ୍ର, ଶ୍ରୀ ଶୁକମୁନି ଦିଗାଳ, ଶ୍ରୀ ରାଜେଶ ପାତ୍ର ଓ ଶ୍ରୀମତୀ ଲତାଞ୍ଜଳି ମହାନ୍ତି ବହୁତ ସୁନ୍ଦର ଓ ଆକର୍ଷଣୀୟ ତାଲିମ ପ୍ରଦାନ କରିଥିଲେ l