ଅନୁସନ୍ଧାନ ଭାରତ(ବ୍ୟୁର): ଗୁଣପୁରରେ ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ ପକ୍ଷରୁ ଆଜି ଷ୍ଟେରିଙ୍ଗ ଛାଡ଼, ଚକା ବନ୍ଦ ଆନ୍ଦୋଳନ ୧୦ ଦଫା ଦାବୀ ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଓଡ଼ିଶା ଡ୍ରାଇଭର ମହାସଂଘ ରାଜ୍ୟବ୍ୟାପୀ ଧର୍ମଘଟ ଆନ୍ଦୋଳନ ଆରମ୍ଭ କରିଛି । ଏହାର ପ୍ରଭାବ ଗୁଣପୁର ସହରରେ ମଧ୍ୟ ଦେଖିବାକୁ ମିଳିଛି। ସଭାପତି ସନ୍ତୋଷ କୁମାର ନାୟକ, ଉପସଭାପତି ସଲମାନ୍ ଶବର, ସମ୍ପାଦକ ଦେବବ୍ରତ ପାଢ଼ୀ ନେତୃତ୍ୱରେ ଆଜି ସକାଳ ୮ ଘଣ୍ଟା ସମୟ ଠାରୁ ସ୍ଥାନୀୟ ସହରର ବାଇପାସ୍ ଓ ଏସ୍.ପି ଗୁଡ଼ା ଛକ ଠାରେ ଶତାଧୂକ ଡ୍ରାଇଭର ମାନେ ଏକତ୍ରିତ ହୋଇ ନାରାବାଜି ଦେଇ ଧର୍ମଘଟ କରୁଥିବା ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ମୋଟର ସାଇକେଲ ଓ ଘରୋଇ କାର ଛଡା ଆଉ କୌଣସି ଗାଡି ଯାତାୟାତ କରୁନଥିବା ଦେଖିବାକୁ ମିଳିଛି। ସରକାରୀ ବସ୍ ଯାତାୟାତ କରୁଥିବା ବେଳେ ତାଙ୍କୁ ମଧ୍ଯ ସହଯୋଗ କରିବା ପାଇଁ ନିବେଦନ କରିଥିଲେ । ଏଠାରୁ ବ୍ରହ୍ମପୁର, ଭୁବନେଶ୍ବର, ବିଶାଖାପାଟଣା, ଯାଉଥୁବା ବସ୍ ଆଜି ଚକା ଜାମ ସହିତ ଯାତାୟାତ ବନ୍ଦ ରହିଛି । ଶିକ୍ଷକ ଶିକ୍ଷୟତ୍ରୀମାନେ ଅଟୋ କିମ୍ବା ବସ୍ ଅପେକ୍ଷା କରି କରି ନିରାସରେ ଫେରୁଥିବା କହିଛନ୍ତି । ସ୍କୁଲ୍ ଓ ମେଡ଼ିକାଲ ପାଇଁ ଯାଉଥିବା ଅଟୋ ଯିବା ଆସିବା କରୁଥିବା ବେଳେ ସେମାନଙ୍କୁ ସ୍ବତନ୍ନ ପ୍ରମାଣ ଦେଖିଲା ପରେ ଛାଡୁଥିବା ସୂଚନା ମିଳିଛି। ସରକାର ସେମାନଙ୍କର ୧୦ ଦଫା ସମ୍ବଳିତ ଦାବି ପୂରଣ ନ କଲେ ଆନ୍ଦୋଳନରୁ ଓହରି ନ ଯାଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି ଆନ୍ଦୋଳନ କାରି ସୂଚନା ଦେଇଛନ୍ତି । ୧୦ ଦଫା ଦାବି ମଧ୍ୟରେ ଦୁର୍ଘଟଣା ଜନିତ ବିମା ରାଶି ଲାଗୁ କରିବା ୫୫ ବର୍ଷ ପରେ ପେନସନ ସୁବିଧା, ସ୍ଵତନ୍ତ୍ର ଡ୍ରାଇଭରମାନଙ୍କ ନିମନ୍ତେ ଆଇନ ତିଆରି କରାଯାଉ, ୧୦୦ କିଲୋ ମିଟର ଅନୁରରେ ପାକିଂ ଓ ବିଶ୍ରାମ ସୁବିଧା, ହଇରାଣ ଡ୍ରାଇଭର ରାଜ୍ ରାସ୍ତାରେ ଡ୍ରାଇଭର ମାନଙ୍କୁ କରା ନ ଯାଉ, ଆବାସ ଯୋଜନାରେ ଡ୍ରାଇଭର ମାନଙ୍କୁ ୫ ଲକ୍ଷ ଟଙ୍କା ପ୍ରଦାନ, ଡ୍ରାଇଭର ମାନଙ୍କର ପିଲାମାନଙ୍କୁ ଉଚ୍ଚ ଶିକ୍ଷା ବ୍ୟବସ୍ଥା, ଡ୍ରାଇଭରମାନଙ୍କ ନିମନ୍ତେ ଲାଇସେନ୍ସ ପାଇଁ ୧୫ ହଜାର ପରିବର୍ତ୍ତେ କମ୍ ମୂଲ୍ୟ ଧାର୍ଯ୍ୟ କରାଯାଉ, ଯେହେତୁ ସମସ୍ତେ ଗରିବ ଶ୍ରେଣୀର ଅଟନ୍ତି, ଡ୍ରାଇଭର ମାନଙ୍କୁ ଦ୍ୱିତୀୟ ସୈନିକ ମାନ୍ୟତା ପ୍ରଦାନ I ଏହି ଭଳି ୧୦ ଦଫା ସମ୍ବଳିତ ଦାବି ନେଇ ଆନ୍ଦୋଳନକୁ ଉଲ୍ଲେଇଥିବା ପ୍ରକାଶ କରିଛନ୍ତି ସ୍ଥାନୀୟ ଡ୍ରାଇଭର ସଂଘର ସଭାପତି । ଗାଡି ଚଳାଚଳ ବନ୍ଦ ଧର୍ମଘଟ ଯୋଗୁଁ ଅନେକ ଯାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି ।