ଅଶୋକ ଲେଲ୍ୟାଣ୍ଡ ଗାଡ଼ିରେ ନିଆଁ ଲଗାଇବା ପରେ ବେକରେ ରଶି ଲଗାର ଯୁବକଙ୍କ ଆତ୍ମହତ୍ୟା, ଘଟଣା ସ୍ଥଳରେ ପୁଲିସର ଛାନଭିନ…..
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକ ମାଲିକାପଡ଼ି ଗ୍ରାମପଞ୍ଚାୟତ ଦେରିନାଯୁ ଠାରେ ଜଣେ ଯୁବକ ନିଜର ଅଶୋକ ଲେଇଲାଣ୍ଡ ଦୋସ୍ତ (OD-12-1300)ଗାଡ଼ିରେ ପେଟ୍ରୋଲ ଢାଳି ନିଆଁ ଲଗାଇଵା ପରେ ଏକ ବରଗଛରେ ଚଢ଼ି ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି I ଯୁବକ ଜଣକ ହେଲେ ସ୍ବର୍ଗତଃ ଗଜିଙ୍ଗା ପ୍ରଧାନ ବିସର୍ବା ପ୍ରଧାନ (୨୮) I ସୂଚନା ଅନୁସାରେ ଯୁବକ ଜଣକ ୮ ମାସ ପୂର୍ବେ ଟିକାବାଲି ବ୍ଲକ ଗାରଡି଼ଙ୍ଗିଆ ଟୁଡୁବାଲି ଠାରେ ବିବାହ କରିଥିଲେ I
କୌଣସି କାରଣ ବଶତଃ ତାଙ୍କ ସ୍ତ୍ରୀ ନିଜ ବାପ ଘରକୁ ଯାଇ ଆଉ ଫେରିନ ଥିଲେ I ବାରମ୍ବାର ନିଜ ସ୍ତ୍ରୀକୁ ଘରକୁ ଡାକିବା ପରେ ସ୍ତ୍ରୀ ନ ଆସିବାରୁ ଯୁବକ ଜଣକ ମାନସିକ ଚାପରେ ରହୁଥିବା ଗ୍ରାମବାସୀ କହିଛନ୍ତି I ତାଙ୍କର ୩ ଭାଇ ଏବଂ ୨ ଭଉଣୀ ଥିବା ସୂଚନା ରହିଛି I ଦୁର୍ଘଟଣା ବିଷୟରେ ସ୍ଥାନୀୟ ଲୋକଙ୍କ ଖବର ଦେବା ପରେ ଘୁ.ଉଦୟଗିରି ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ହୁତୁ ହୁତୁ ହୋଇ ଜଳୁଥିବା ଗାଡ଼ିକୁ ନିଆଁ ଦାଉରୁ ଆୟତ୍ତ କରିବା ସହ ସ୍ଥାନୀୟ ପୁଲିସ ଯୁବକଙ୍କ ଆତ୍ମହତ୍ୟା କିଭଳି ପରିସ୍ଥିତିରେ ଏବଂ କାହିଁକି ଘଟିଲା ଘଟଣା ସ୍ଥଳରେ ପହଞ୍ଚି ଛାନ ଭିନ ଆରମ୍ଭ କରିଛି I