ଅନୁସନ୍ଧାନ ଭାରତ(ବ୍ୟୁର): କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଅନ୍ତର୍ଗତ ଡୁମ୍ବାଗୁଡା ମେଡିକାଲରୁ ଗତ ଶନିବାର ଦିନ ରାତିରେ କେତେକ ଦୁର୍ବୃତ୍ତ ତାଲା ଭାଙ୍ଗି ଫ୍ୟାନ ଏବଂ କିଛି ବିଦ୍ୟୁତ ସାମଗ୍ରୀ ଚୋରି କରି ନେଇଥିଲେ l ଏହାକୁ ନେଇ ଠିକାଦାର ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦଶମନ୍ତପୁର ଥାନାରେ ଅଭିଯୋଗ ହୋଇ ଥିଲା । ଏହାକୁ ଭିତ୍ତିକରି ଆଜି ସ୍ଥାନୀୟ ଦଶମନ୍ତପୁର ଥାନା ଆଇଆଇସି ଚନ୍ଦ୍ରଭାନୁ ମହାନ୍ତିଙ୍କ ନେତୃତ୍ଵରେ ଏବଂ ସେକେଣ୍ଡ ଅଫିସର ନିର୍ମଳା ଲିମାଙ୍କ ତତ୍ତ୍ବାବଧାନରେ ନିଜ ସହକର୍ମୀ ହାବିଲଦାର ଗୁପ୍ତ କୁମାର, ଶୁଶିଲ ଖରା, ହେମନ୍ତ ଖୋସ୍ଲା ଏବଂ ପ୍ରବୀଣ ଖୋସ୍ଲାଙ୍କ ସହଯୋଗ ଆଜି ଦୁଇ ଚୋରଙ୍କୁ ଗିରଫ କରିବା ସହ ମେଡିକାଲରୁ ଚୋରି ହୋଇଥିବା ବିଭିନ୍ନ ସାମଗ୍ରୀ ଜବତ କରିଛି ପୁଲିସ । ଏହି ଚୋରି ଅଭିଯୋଗରେ ପୁଲିସ ସାଧୁ ନାୟକ ଏବଂ ନନ୍ଦ ନାୟକଙ୍କୁ ଗିରଫ କରିବା ସହ ଫ୍ୟାନ, ଏଲିଡି ଲାଇଟ୍ ଏବଂ ବିଭିନ୍ନ ବିଦ୍ୟୁତ ସାମଗ୍ରୀ ଇତ୍ୟାଦି ଜବତ କରିଛି l ଏହାକୁ ନେଇ ପୁଲିସ ଏକ ମାମଲା ରୁଜୁକରି ଅଧିକ ତଦନ୍ତ ଚଳାଇ ଥିବା ସୁଚନା ମିଳିଛି l