ଘୁ.ଉଦୟଗିରି ଠାରୁ ଗୋପାଳପୁର, କଟକ, ମୁନିଗୁଡ଼ା ସହରକୁ ସରକାରୀ ବସ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ…..
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ସହର ଓ ବ୍ଲକ l ଯାହାର କି ଶିକ୍ଷା ଖେତ୍ରରେ ବେଶ କୃତିତ୍ବ ରହି ଥିବା ବେଳେ ରାଜନୈତିକ ଖେତ୍ରରେ ମଧ୍ୟ ଗୁରୁତ୍ବ ବହନ କରି ଥାଏ l କିନ୍ତୁ ଅଜି ଏହି ବ୍ଲକ ଓ ଏନଏସି ଅବହେଳିତ l ନିର୍ବାଚିତ ଜନପ୍ରତିନିଧି ମଧ୍ୟ ଘୁ.ଉଦୟଗିରି ଅଂଚଳର ବିକାଶ ଖେତ୍ରରେ ଗୁରୁତ୍ବ ଦେଉନ ଥିବା ଅଂଚଳରେ ମତ ପ୍ରକାଶ ପାଇଛି l ଘୁ.ଉଦୟଗିରି ଅଂଚଳର ବିକାଶ ନିମନ୍ତେ ନିର୍ବାଚିତ ଜନପ୍ରତିନିଧିଙ୍କ ନିରବତାକୁ ଦେଖି ବର୍ତ୍ତମାନ ଜାଗିଛନ୍ତି ଜନତା l ଘୁ.ଉଦୟଗିରି ଅଂଚଳର ବିକାଶ ପାଇଁ ଜନପ୍ରତିନିଧିଙ୍କ ନୀରବତାକୁ ଦୃଷ୍ଟିରେ ରଖି ଘୁ.ଉଦୟଗିରି ସହରରୁ ବିଭିନ୍ନ ସହରକୁ ସରକାରି ବସ ଚଳାଚଳ ପାଇଁ ଅଂଚଳବାସୀଙ୍କ ଦସ୍ତଖତ ଥିବା ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ଅଞ୍ଚଳ ବାସୀ I ଏହି କାର୍ଯ୍ୟକ୍ରମରେ ଅନୁସନ୍ଧାନ ଭାରତ ଖବର କାଗଜର ସମ୍ପାଦକ/ ସାମ୍ବାଦିକ ଗଗନ କୁମାର ପ୍ରଧାନ, ସାମ୍ବାଦିକ ଏନ ରାଜା ରାଓ, ବରିଷ୍ଠ ନାଗରିକ ରମାକାନ୍ତ ମହାପାତ୍ର, ଆମୋଦ ଚନ୍ଦ୍ର ନାୟକ, ଅନିଲ ପଟ୍ଟନାୟକ, ଦିଲୀପ ନାୟକ, ରୋହିତ କୁମାର ପ୍ରଧାନ, ଅଶ୍ବିନୀ ଦଲାବେହେରା, ସିଲା ନାୟକ, ସନ୍ତୋଷ ସାହୁ, ଅବକାଶ ନାୟକ, ପ୍ରେମାନନ୍ଦ ପଣ୍ଡା, ଅବଦୁଲ ବାରି, ସମାଜସେବୀ ମହମ୍ମଦ ଜିଆଉଦ୍ଦିନଙ୍କ ସମେତ ବହୁ ଅଂଚଳ ବାସୀ ଉପସ୍ଥିତ ଥିଲେ I ଯଦି ସରକାର ଘୁ.ଉଦୟଗିରି ବାସୀଙ୍କ ସ୍ୱାର୍ଥ ରକ୍ଷା କ୍ଷେତ୍ରରେ ସଚେତନତା ପ୍ରକାଶ ନ କରନ୍ତି ତାହେଲେ ଆଗାମୀ ଦିନରେ ଘୁ.ଉଦୟଗିରି ବାସୀ ରାଜ ରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରିବେ ବୋଲି ସମ୍ପାଦକ/ ସାମ୍ବାଦିକ ଗଗନ କୁମାର ପ୍ରଧାନ ମତପ୍ରକାଶ କରିଛନ୍ତି I ସରକାରୀ ଅଣଦେଖା ଘୁ. ଉଦୟଗିରି ଵାସୀଙ୍କ ପାଇଁ ଦୁର୍ଭାଗ୍ୟ ଜନକ I ତେଣୁ ସରକାର ଯଥା ଶୀଘ୍ର ଅଞ୍ଚଳ ବାସୀଙ୍କ ସ୍ୱାର୍ଥ ରକ୍ଷା ପ୍ରତି ସରକାର ସଚେତନତା ହେବାର ଆବଶ୍ୟକତା ରହିଛି ବୋଲି ବରିଷ୍ଠ ନାଗରିକ ରମାକାନ୍ତ ମହାପାତ୍ର କହିଛନ୍ତି I ଏହି ଦାବୀ ପତ୍ରରେ ଘୁ.ଉଦୟଗିରି ଠାରୁ ଗୋପାଳପୁର, କଟକ, ମୁନିଗୁଡ଼ାକୁ ସରକାରୀ ବସ ଚଳାଚଳ ସହ କେଉଁଝର ବସ ଘୁ.ଉଦୟଗିରିକୁ ସମ୍ପ୍ରସାରଣ କରି ଘୁ.ଉଦୟଗିରି ଦେଇ ଯାତାୟାତ କରାଯିବା ସହ ସରକାରୀ ବସ ଷ୍ଟାଣ୍ଡ ନିର୍ମାଣ ଓ ଶ୍ରୀରାମ ପଦା ବସଷ୍ଟାଣ୍ଡର କାର୍ଯ୍ୟକ୍ଷମ ପାଇଁ ମଧ୍ୟ ଦାବୀ କରିଛନ୍ତି ଅଞ୍ଚଳ ବାସୀ I