ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଟିକାବାଲି ନିକଟସ୍ଥ ଏଏମସିଏସ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଶ୍ରୀ ଦିନବନ୍ଧୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆତ୍ମା ପ୍ରଶିକ୍ଷଣ ଓ ହକି ବିଶ୍ୱକପ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଓଡିଶାରେ ହକି ବିଶ୍ୱକପ 2023 ଆୟୋଜନ ହେଉଥିବାରୁ ମହାବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ସହିତ ଜନସାଧାରଣ ଙ୍କୁ ସଚେତନତା କରାଯାଇଥିଲା l ଆତ୍ମା ସୁରକ୍ଷା କୌଶଳ ପ୍ରଶିକ୍ଷଣ ତାଲିମରେ ଜିଲ୍ଲା ନୋଡାଲ ଅଫିସର ଶଙ୍କରାଖୋଲା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସନ୍ତୋଷ କୁମାର ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମ ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ l ମୁଖ୍ୟଭକ୍ତା ଭାବରେ ଟିକାବାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଜଗନ୍ନାଥ ସାହାଣୀ ଯୋଗଦେଇ ତାଙ୍କ ବକ୍ତବ୍ୟ ରେ କହିଥିଲେ ପ୍ରତ୍ୟେକ ଛାତ୍ର ଛାତ୍ରୀ ନିଜର ସଂଯମତା ରକ୍ଷାକରିବା ସହିତ ପାଶ୍ଚାତ୍ୟ ସଂସ୍କୃତି ଠାରୁ ଦୁରେଇ ରହିବା ଭଲ l ଆତ୍ମା କୌଶଳ ଶିକ୍ଷାକୁ ଦୃଢ଼ ସହିତ ଗ୍ରହଣ କରି ବିପଦ ସମୟରେ ପ୍ରୟଗ କରିବାକୁ ପରାମର୍ଶ ଦେଇଥିଲେ l ସଂମ୍ମାନିତ ଅତିଥି ଭାବରେ ସ୍ୱତୀ ସ୍ୱେଚ୍ଛା ସେବୀ ଅନୁଷ୍ଠାନର କଉଁସିଲର ଶ୍ରୀମତୀ ସ୍ନେହଲତା ନାୟକ, ଅଧ୍ୟାପକ ଶ୍ରୀ ବନମାଳୀ ବେହେରା, ସୁରଜ ସାମଲ ଯୋଗଦେଇଥିଲେ l ପ୍ରଶିକ୍ଷଣ ଅଧ୍ୟାପକ ଶ୍ରୀ ନରେନ୍ଦ୍ର ଦିଗାଲ ସ୍ୱାଗତ ଭାଷଣ ଦେଇଥିଲେ l ଅଧ୍ୟାପକ ବିରୁପାକ୍ଷ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମକୁ ମାଷ୍ଟର ଟ୍ରେନରେ ଭାବରେ ଜ୍ୟୋତିରିମୟୀ ପ୍ରଧାନ, ଅଞ୍ଜଳି କହଁର, ପ୍ରବୀଣୀ ସାହୁ, ମନ୍ଧଦରୀ ସାହୁ, ଆଠ ଦିନ ଧରି ୧୬୩ ଛାତ୍ର ଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି l